ETV Bharat / bharat

ବୋଇଂ ବିମାନ ଉଡାଣ ପାଇଁ ଡିଜିସିଏର ନୂଆ ନିୟମ - National

ନୂଆ ନିୟମ ଅନୁସାରେ ସ୍ପାଇସ ଜେଟ ଓ ଜେଟ ଏୟାୱେଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣଙ୍କୁ ନେଇ ଏହି ସୁରକ୍ଷା ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ନିୟମ ଅନୁସାରେ ଯେଉଁ ପାଇଲଟଙ୍କ ୧୦୦୦ ଘଣ୍ଟାର ଉଡାଣର ଅଭିଜ୍ଞତା ଥିବ ସେମାନେ କେବଳ ବୋଇଂ ବିମାନ ଚଳାଇପାରିବେ ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 12, 2019, 2:20 PM IST

ନୂଆଦିଲ୍ଲୀ: ଇଥୋପିଆନ ବିମାନ ଦୁର୍ଘଟଣା ପରେ ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ) ବିମାନ ଉଡାଣ ଉପରେ ନୂଆ ଗାଇଡଲାଇନ ଜାରି କରିଛି । ବିଶେଷ କରି ବୋଇଂ ବିମାନରେ ସୁରକ୍ଷିତ ବିମାନ ଯାତ୍ରା ପାଇଁ ଏହି ନିୟମ ଜାରି ହୋଇଛି । ଏଥିରେ ବୋଇଂ ବିମାନ ଉଡାଣ ପାଇଁ ପାଇଲଟଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଇଛି ।

ନୂଆ ନିୟମ ଅନୁସାରେ ସ୍ପାଇସ ଜେଟ ଓ ଜେଟ ଏୟାୱେଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣଙ୍କୁ ନେଇ ଏହି ସୁରକ୍ଷା ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ନିୟମ ଅନୁସାରେ ଯେଉଁ ପାଇଲଟଙ୍କ ୧୦୦୦ ଘଣ୍ଟାର ଉଡାଣର ଅଭିଜ୍ଞତା ଥିବ ସେମାନେ କେବଳ ବୋଇଂ ବିମାନ ଚଳାଇପାରିବେ । ସେହିଭଳି ସହକାରୀ ପାଇଲଟଙ୍କ ପାଇଁ ୫୦୦ ଘଣ୍ଟାର ଅଭିଜ୍ଞତା ରହିବା ଜରୁରୀ । ଚୀନ ବିମାନ ପ୍ରାଧିକରଣ ପକ୍ଷରୁ ମଧ୍ୟ ଏପରି ଗାଇଡଲାଇନ ଗତକାଲି ଜାରି ହୋଇଥିଲା ।

ତେବେ ବର୍ତ୍ତମାନ ଜେଟ ଏୟାରୱେଜ କମ୍ପାନୀ ଏହାର ବୋଇଂ 737 ମ୍ୟାକ୍ସ ବିମାନ ଉଡାଣକୁ ବନ୍ଦ ରଖିଛି । ବିମାନ ସହିତ ଜଡିତ ସୁରକ୍ଷା ସମ୍ବନ୍ଧିତ ସମସ୍ତ ପ୍ରାଥମିକତା ଯାଞ୍ଚ ହେବା ପରେ ଏହାର ବ୍ୟବସାୟିକ ବ୍ୟବହାର ପୁଣି ଥରେ ଆରମ୍ଭ ହେବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରବିବାର ଇଥୋପିଆରେ ବିମାନ ଦୁର୍ଘଟଣା ଘଟି ୧୫୭ ଜଣ ପ୍ରାଣ ହରାଇଥିଲେ ।

ପଦ୍ମ ଛାଡି ଶଙ୍ଖ ଧରିଛନ୍ତି ସୁଷମା ବିଶ୍ଵାଳ ।ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଉପସ୍ଥିତ ରେ ବିଜେଡି ରେ ଯୋଗଦାନ କରିଛନ୍ତି ।ନବୀନ ଙ୍କ ବିକାଶ ମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ସୁଷମା ।ଦଳ ଯେଉଁ ଦାଇତ୍ୱ ଦେବ ତାହା ତୁଲାଇବେ ବୋଲି କହିଛନ୍ତି ସୁଷମା ବିଶ୍ୱାସ ।
ସୂୂୂଚନା ଅନୁସାରେ ୨୦୧୪ ସୁଷମା ବିଜେପି ଟିକେଟରେ  
ନିର୍ବାଚନ ଲଢି ପରାଜିତ ହୋଇଥିଲେ ଏଥର ନିଳଗୀର ବିଧାୟିକା ଭାବେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.