ETV Bharat / bharat

ବାବା ମହାକାଳଙ୍କ ସହ ହୋଲି ଖେଳିଲେ ଶ୍ରଦ୍ଧାଳୁ - ବାବା ମହାକଳ ମନ୍ଦିର

ଉଜୈନ ସ୍ଥିତ ବାବା ମହାକାଳ ମନ୍ଦିରରେ ପ୍ରଥମେ ପୂଜକ ଭଗବାନ ମହାକାଳଙ୍କ ସହ ହୋଲି ଖେଳିବାପରେ ଆରମ୍ଭ ହେଲା ହୋଲି ପର୍ବ । ଅଧିକ ପଢନ୍ତୁ...

madhyapradesh
ବାବା ମହାକାଳଙ୍କ ସହ ହୋଲି ଖେଳିଲେ ଶ୍ରଦ୍ଧାଳୁ
author img

By

Published : Mar 10, 2020, 10:00 AM IST

Updated : Mar 10, 2020, 10:58 AM IST

ଭୋପାଳ: ସବୁଠି ହୋଲିର ଆସର । ଦେଶର ସବୁଆଡେ ମାର୍ଚ୍ଚ 10 ମଙ୍ଗଳବାର ହୋଲି ପର୍ବ ପାଳନ ହେଉଥିବାବେଳେ ମଧ୍ୟପ୍ରଦେଶର ଉଜୈନ ସ୍ଥିତ ପ୍ରସିଦ୍ଧ ମହାକାଳ ମନ୍ଦିରରେ ଦିନକ ପୂର୍ବରୁ ହୋଲି ଉତ୍ସବ ପାଳନ ହୋଇଛି । ଏଠାକାର ପରମ୍ପରା ଅନୁସାରେ ସନ୍ଧ୍ୟା ଆଳତୀ ପରେ ବାବା ମହାକାଳ ହୋଲି ଖେଳିଥାନ୍ତି । ସେନେଇ ସୋମବାର ଆଳତୀ ପରେ ପୂଜକ ବାବା ମହାକାଳଙ୍କ ସହିତ ରଙ୍ଗ ଓ ଫୁଲରେ ହୋଲି ଖେଳିଛନ୍ତି ।

madhyapradesh
ବାବା ମହାକାଳଙ୍କ ସହ ହୋଲି ଖେଳିଲେ ଶ୍ରଦ୍ଧାଳୁ

ଏହାପରେ ମନ୍ଦିର ପରିସରରେ ହଜାର ହଜାର ଭକ୍ତ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିଥିଲେ । ଯାହାକୁ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତଥର ମଧ୍ୟ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ଏହାପରେ ମନ୍ତ୍ରୋଚାରଣ ପରେ ହୋଲିକା ଦହନ କରାଯାଇଥିଲା ।

ତେବେ କୋରୋନା ଭୟ ଚାରିଆଡେ ଛାଇ ଜାଇଥିବାରୁ ଚଳିତବର୍ଷ ବେଶୀ ଅବିର, ହର୍ବାଲ ରଙ୍ଗ ଓ ଫୁଲରେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2020, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.