ETV Bharat / bharat

ଛଠ ପର୍ବ: ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ ଘାଟରେ ଭକ୍ତଙ୍କ ଭିଡ

ଛଠ ପର୍ବର ଆଜି ଶେଷ ଦିନ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ ଦେଶର ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

author img

By

Published : Nov 3, 2019, 8:03 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କାର୍ତ୍ତିରମାସ ଶୁକ୍ଲ ପକ୍ଷ ଶେଷ ତିଥିରେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହିତ ଆସ୍ଥାର ପର୍ବ ଛଠ ପୁଜା ସମାପନ ହୋଇଥାଏ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ ରବିବାର ଭୋର ସମୟରୁ ହିଁ ବିଭିନ୍ନ ଘାଟରେ ଲୋକଙ୍କ ଭିଡ ଜମା ହେବା ଆରମ୍ଭ ହୋଇଯାଇଛି ।

ଚାରିଦିନ ଚାଲୁଥିବା ଏହି ଛଠ ପର୍ବରେ ଦୁଇ ଥର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ । ପ୍ରଥମ ଅର୍ଘ୍ୟ ଷଷ୍ଠୀ ତିଥି ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦିଆଯାଇଥାଏ । ସେହିପରି ଦ୍ବିତୀୟ ଅର୍ଘ୍ୟ ସପ୍ତମୀ ତିଥିରେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଦିଆଯାଇଥାଏ । ନଦୀରେ ତିଆରି ଛଠ ଘାଟରେ ପାଣିକୁ ଓହ୍ଲାଇ ମହିଳାମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଇର୍ପଣ କରି ବ୍ରତ ସମାପ୍ତ କରିଥାନ୍ତି ।

ଛଠର ସମାପ୍ତ ଦିନ ଗୋରଖପୁରର ସୂର୍ଯ୍ୟକୁଣ୍ଡ ଧାମରେ ବ୍ରତଧାରୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି । ସେହିପରି ବିହାରର ପାଟିପୁଲ ଦିଘା ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ମୁମ୍ବାଇର ଜୁହୁ ବିଚ୍‌ରେ ମଧ୍ୟ ବ୍ରତଧାରୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଛଠ ପର୍ବର ବ୍ରତ ସମାପ୍ତ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.