ବେଙ୍ଗାଲୁରୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ଅବସରରେ ଚାରିଆଡେ ଉତ୍ସବର ମାହୋଲ । ଏହି ପବିତ୍ର ଦିନରେ କର୍ଣ୍ଣାଟକର ମାନ୍ଧ୍ୟା ଭକ୍ତମାନେ କୋଭିଡ ହସପିଟାଲକୁ 50ଟି ଖଟ, ଫ୍ୟାନ, ଏବଂ ଜଳ ବିଶୋଧନକାରୀ ଦାନ କରିଥିବା ଦେଖିବାକୁ ମିଳିଛି ।
କମିଟି ଗତ ତିନି ଦଶନ୍ଧି ଧରି ମାନ୍ଧିଆ ବାନ୍ଦିଗୋଡା ମହାଗଣପତି ମହୋତ୍ସବ କମିଟି ଅନନ୍ୟ ଏବଂ ଭିନ୍ନ ପ୍ରକାରର ଗଣଶୋତ୍ସବ ପାଳନ କରିଆସୁଛି । ପ୍ରତ୍ୟେକ ଥର ବମ୍ବେରୁ ଏକ ସ୍ୱତନ୍ତ୍ର ଏବଂ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ଅଣାଯାଇଥିଲା । ମାସେ ଧରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଥିଲା । ହେଲେ ଚଳିତ ବର୍ଷ କୋରୋନା ପରିସ୍ଥିତିକୁ ଦେଖି ଗଣଶୋତ୍ସବକୁ ସରଳ ଉପାୟରେ ପାଳନ କରାଯାଇଛି ।
ଚଳିତ ବର୍ଷ ମାନ୍ଧିଆ ବାନ୍ଦିଗୋଡା ମହାଗଣପତି ମହୋତ୍ସବ କମିଟି ସରକାରୀ ଡାକ୍ତରଖାନାକୁ ସାହାଯ୍ୟ ଜଣାଇଛନ୍ତି । କମିଟି 50 ଟି ଖଟ, ଶଯ୍ୟା, ଏବଂ ଜଳ ବିଶୋଧନକାରୀ ଯୋଗାଇ ଦେଇଛନ୍ତି । ଏନେଇ ହସପିଟାଲ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ