ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ । ଏହି ଭେଟଘାଟକୁ ନେଇ ରାଜ୍ୟର ରାଜନୈତିକ ବାତାବରଣରେ ଉଷ୍ଣତା ଖେଳିଯାଇଛି ।
ମୁମ୍ବାଇର ଶାନ୍ତାକ୍ରୁଜ ଗ୍ରାଣ୍ଡ ହୋଟେଲରେ ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ । ଶୁକ୍ରବାର ମଧ୍ୟାହ୍ନ ସମୟ 1.30ରୁ 3.30 ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟାଧରି ଆଲୋଚନା କରିଥିଲେ । ବିଜେପି ଓ ଶିବସେନା ମେଣ୍ଟ ବଚ୍ଛେଦ ପରେ ଏହା ହେଉଛି ପ୍ରଥମ ବୈଠକ । ଯେଉଁଠି ସଞ୍ଜୟ ରାଉତ ଓ ଫଡନାଭିସ ମଧ୍ୟରେ ବୈଠକ ହୋଇଛି । ଏହି ବୈଠକ ରାଜ୍ୟରେ ଏକ ନୂତନ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ସୂଚନା ଥାଉକି ଶିବସେନା ମହାରାଷ୍ଟ୍ରରେ ବିଜେପି ସହିତ ଦୀର୍ଘ ବର୍ଷର ମେଣ୍ଟ ସମ୍ପର୍କ ଭାଙ୍ଗି ନିଜର ପାରମ୍ପରିକ ଘୋର ବିରୋଧୀ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ କରି ରାଜ୍ୟରେ ସରକାର ଗଢିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ