ଲକ୍ଷ୍ନୌ: କୁହାଯାଏ ଯେତବେଳେ ଦେଶରେ ସମସ୍ତ ପର୍ବ ଓ ଉତ୍ସବ ଶେଷ ହୋଇଯାଏ ସେହି ସମୟରେ ଧର୍ମ ନଗରୀ କାଶୀରେ ମହାପର୍ବ ପାଳନ ହୋଇଥାଏ । ଏହି ପର୍ବକୁ ଦେଖିବା ପାଇଁ ଦେଶର କୋନ ଅନୁକୋଣରୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଲାଗିଥାଏ । ଏହି ମହାପର୍ବର ନାଁ ହେଉଛି ଦେବ ଦୀପାବଳି ।
12 ନଭେମ୍ବରକୁ କାଶୀରେ ଦେବ ଦୀପବାଳି ପାଳନ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ରାଜ୍ୟପାଳ ଆନନ୍ଦିବେନ ସାମିଲ ହେବେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଙ୍ଗା ଘାଟରେ ସଫା ସଫି ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରାଯାଉଛି ।
![Dev Diwali](https://etvbharatimages.akamaized.net/etvbharat/prod-images/4985133_t.jpg)
ସୂଚନାନୂସାରେ, ଦୀପାବଳି ଅମବାସ୍ୟାଠାରୁ 15 ଦିନ ପରେ ବାରଣାସୀରେ ଦେବ ଦୀପାବଳିର ଆୟୋଜନ କରାଯାଇଥାଏ । ଏହାକୁ ଦେବତାଙ୍କ ଦୀପାବଳି ଭାବେ ଜଣା ଯାଇଥାଏ । ବିଶ୍ବାସ ରହିଛି ଯେ, ଏହି ଦିନ ସ୍ବୟଂ ଦେବତା ମାନେ ସ୍ବର୍ଗରୁ ଆସି କାଶୀରେ ଦେବ ଦୀପାବଳି ଉତ୍ସବରେ ଉପସ୍ଥିତ ରହିଥାନ୍ତି । ଏନେଇ ଏହି ପରମ୍ପରା କାହିଁ କେଉଁ କାଳରୁ ପଞ୍ଚଗଙ୍ଗା ଘାଟରେ ପାଳନ କରାଯାଉଛି । କିନ୍ତୁ ଧୀରେ ଧୀରେ ଏହା କାଶୀର 84ଟି ଘାଟରେ ଲମ୍ବା ଶୃଙ୍ଖଳାରେ ପାଳନ କରାଯାଉଛି । ଏହାର ସମସ୍ତ ଦାୟିତ୍ବ ନିଜେ ପ୍ରଶାସନ ନେଇଥାଏ ।
![Dev Diwali](https://etvbharatimages.akamaized.net/etvbharat/prod-images/4985133_tuu.jpg)
ଏହି କ୍ରମରେ ଆହାର ଶୁଭାରମ୍ଭ ନଭେମ୍ବର 8ରେ କାଶୀ ଗଙ୍ଗା ମହୋତ୍ସବ ଭାବେ ରାଜଘାଟରେ ହେବ । ଯେଉଁଥିରେ 12 ତାରିଖ ପର୍ଯ୍ୟନ୍ତ କଳାକାର ମାନେ ଉପସ୍ଥିତ ରହି ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହା ସହିତ ଶିଳ୍ପ ମେଳା ଓ ଅନ୍ୟ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ବାରଣାସୀର ଅଲଗା ଅଲଗା ସ୍ଥାନରେ ହେବ । ତେବେ ଅଶ୍ବାମେଧ ଘାଟ ଓ ଶୀତଳ ଘାଟରେ ହେବାକୁ ଥିବା ମହାଆଳତୀ ବ୍ୟତୀତ ଅସସୀ ଘାଟ, ତୁଳସୀ ଘାଟ, ଲଳିତା ଘାଟ, ପଞ୍ଚଗଙ୍ଗା ଘାଟ, ରାମଘାଟ, ରାଜଘାଟ ଓ ମଣିକର୍ଣ୍ଣିକା ଘାଟ ସମେତ ଅନ୍ୟ ସ୍ଥାନରେ ଏହି ଦିନ ବିଶେଷ ସାଜସଜ୍ଜା ସହିତ ଗଙ୍ଗା ଆଳତୀର ଆୟୋଜନ ମଧ୍ୟ କରାଯାଉଛି ।