ETV Bharat / bharat

କାଶୀ ଓ ଦଶାଶ୍ବମେଧ ଘାଟରେ ଦେବଦୀପାବଳି ସହ ଗଙ୍ଗାଆଳତୀ - ganga arati

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉତ୍ତରପ୍ରଦେଶର କାଶୀ ଓ ଦଶାଶ୍ବମେଧ ଘାଟରେ ବୃହତ ଆକାରରେ ଦେବଦୀପାବଳିର ଆୟୋଜନ ହୋଇଯାଇଛି । ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭାଗନେଇ ମାତା ଗଙ୍ଗାଙ୍କର ମହାଆଳତୀ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 13, 2019, 10:44 AM IST

ଲକ୍ଷ୍ନୌ: ଧର୍ମ ନଗରୀ କାଶୀରେ ଦେବ ଦୀପାବଳୀକୁ ବେଶ ଧୂମଧାମରେ ପାଳନ ହୋଇଛି । ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଦଶାଶ୍ବମେଧ ଘାଟକୁ ପୂରା ଦୀପରେ ସଜାଇଥିଲେ । ଏତେ ସଂଖ୍ୟକ ଦୀପ ପ୍ରଜ୍ବଳନରେ ଘାଟ ପୁରା ସ୍ବର୍ଗପରି ପ୍ରତୀତ ହେଉଥିଲା । ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ବୋହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା ।

Dev Deepawali
ଦେବଦୀପାବଳି

ଏହି ଅବସରରେ ଭାରତୀୟ ସଂସ୍କୃତିର ସଭ୍ୟତା ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଏହାସହ ପାରମ୍ପାରିକ ଭାବେ ମା' ଗଙ୍ଗାଙ୍କର ଆଳତୀ କରାଯାଇଥିଲା । ଯାହାକୁ ଦେଖିବାପାଇଁ ଲୋକାରଣ୍ୟ ହୋଇଥିଲା ଗଙ୍ଗା ତଟ । ତେବେ ପ୍ରତ୍ୟକ ବର୍ଷ ପରି ଚଳିତଥର ମଧ୍ୟ ଦଶାଶ୍ବମେଧ ଘାଟରେ ଜ୍ୟୋତି ଜଳାଇ ଅମର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଅନ୍ୟପଟେ କାଶୀର ଗଙ୍ଗା ଘାଟରେ ଦେବ ଦୀପାବଳି ବେଶ ଧୁମଧାମରେ ପାଳନ କରାଯାଇଛି । ଏହି ଉତ୍ସବରେ ଯୋଗଦେବାପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଏହି ସମୟରେ ମାତା ଗଙ୍ଗାଙ୍କର ମହାଆଳତୀର ଆୟୋଜନ କରାଯାଇଥିଲା । ଆଉ ଏଥିରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ ମାନଙ୍କର ବାବା ବିଶ୍ବନାଥ ଓ ମାତା ଗଙ୍ଗାଙ୍କର ଜୟଜୟକାର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ ।

ମାତା ଗଙ୍ଗାଙ୍କର ମହାଆଳତୀରେ ସାମିଲ ହେବାନେଇ ତିନି ସେନାଙ୍କର ସେନାଧ୍ଯକ୍ଷଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.