ETV Bharat / bharat

ମହାମାରୀରେ ସତ୍ତ୍ବେ ବିହାରରେ ବଢିଛି ମତଦାନ ହାର

କୋରୋନା ସମୟରେ ବିହାରରେ ବଢିଛି ମତଦାନ ହାର । ଗତ 2015ରେ ବିହାରରେ ହୋଇଥିବା ମତଦାନ ଅପେକ୍ଷା ଚଳିତ ଥର ନିର୍ବାଚନ ମତଦାନ ହାର ଅଧିକ ରହିଛି । ଅଧିକ ପଢନ୍ତୁ...

ମହାମାରୀରେ ସତ୍ତ୍ବେ ବିହାରରେ ବଢିଛି ମତଦାନ ହାର
ମହାମାରୀରେ ସତ୍ତ୍ବେ ବିହାରରେ ବଢିଛି ମତଦାନ ହାର
author img

By

Published : Nov 9, 2020, 10:17 AM IST

ପାଟନା: ରାତି ପାହିଲେ ବହୁ ପ୍ରତୀକ୍ଷିତ ବିହାର ନିର୍ବାଚନ ଫଳାଫଳ । ନିର୍ବାଚନ ରଣାଙ୍ଗନରେ କିଏ ମାରିବ ବାଜିମାତ୍‌ । ଜୋରଦାର ଧରିଛି କଳ୍ପନା ଜଳ୍ପନା । କିନ୍ତୁ ଏଥରର ବିହାର ବିଧାନସଭା ମତଦାନ ଉପରେ ନଜର ପକାଯାଏ ପୂର୍ବ ମତଦାନ ଅପେକ୍ଷା ବଢିଛି ମତଦାନ ହାର ।

କୋରୋନା ମହାମାରୀ ସତ୍ତ୍ବେ ବି ବିହାରରେ 57.05 ପ୍ରତିଶତ ମତଦାନ ହୋଇଛି । ଯାହା ଗତ 2015 ନିର୍ବାଚନରେ ମତଦାନ ହାର ଠାରୁ ଅଧିକ । ଗତଥର ନିର୍ବାଚନରେ 56.66 ମତଦାନ ହୋଇଥିବା ବେଳେ ଏଥର ମତଦାନ ହାର ସାମାନ୍ୟ ବଢିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଚଳିତ ଥର ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ ରହିଛି । 59.69 ପ୍ରତିଶତ ମହିଳା ଭୋଟ ଦେଇଥିବା ବେଳେ 54.68 ପ୍ରତିଶତ ଭୋଟ ଦେଇଛନ୍ତି । ବିଶେଷକରି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ଅଧିକ ରହିଛି ।

ତେବେ ପ୍ରଥମ ପର୍ଯ୍ୟାୟରେ 55.68 ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ 55.70 ପ୍ରତିଶତ ମତଦାନ ହୋଇଥିଲା । ଏଥର ନିର୍ବାଚନ ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୋଲିଂ ବୁଥରେ କାର୍ଯ୍ୟରତ ଅଧିକାରୀଙ୍କ ଯାଞ୍ଚ କରାଯିବା ସହ କୋଭିଡ ଗାଇଡଲାଇନର ପାଳନ କରାଯାଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.