ନୂଆଦିଲ୍ଲୀ: କିଏ ହେବ ଲୋକସଭା ଉପ ବାଚସ୍ପତି । ଏନେଇ ଜାତୀୟ ଗଣାମଧ୍ୟମରେ ଚର୍ଚ୍ଚା ଧୋର ଧରିଛି । ଏହି ପଦ ପାଇଁ ୱାଇଏସଆର କଂଗ୍ରେସକୁ ଅଫର ମିଳିଥିବା ଶୁଣିବାକୁ ମିଳୁଛି । ତେବେ ଏହି ଉପବାଚସ୍ପତି ପଦ ରେସରେ ବିଜେପି ସରକାର ବିଜେଡି ନାଁ ବଦଳରେ ଆନ୍ଧ୍ର ପ୍ରଦେଶର ୱାଇଏସଆରସିପିକୁ ଚୟନ କରିଛି ।
ଏନେଇ ବିଜେପି ସାଂସଦ ଜିଭିଏଲ ନରସିହ୍ମା ରାଓ ଜଗନ୍ନମହୋନ ରେଡ୍ଡୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ମାଧ୍ୟମରେ ଆଲୋଚନା କରିଛନ୍ତି । ତେବେ ହଠାତ୍ ଏ ବିଷୟରେ ନିଷ୍ପତ୍ତି ନେଇ ନପାରି ଜଗନ୍ନମୋହନ ଅଧିକ ସମୟ ମାଗିଥିବା ପ୍ରକାଶ ପାଇଛି ।
ୱାଇଏସଆରସିପି କଂଗ୍ରେସର ସଂସଦରେ ୨୨ ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ନରସିହ୍ମା । ଏନେଇ ଜଗନ ଓ ନରସିହ୍ମା ମଧ୍ୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ ।
ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା କି ୱାଇଏସଆରକୁ ଲୋକସଭା ଉପାଧ୍ୟକ୍ଷ ପଦବୀ ପାଇଁ ଅଫର ଦିଆଯାଇଥିଲା । ହେଲେ ଆନ୍ଧ୍ର ପାର୍ଟିରେ କେତେ ଜଣ ବରିଷ୍ଠ ଅଧିକାରୀ ବିଚାର ବିମର୍ଶ ପାଇଁ ସମୟ ମାଗିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ 25 ଲୋକସଭା ଆସନରୁ 22ଟିରେ ବାଜିମାତ କରିଛି ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଏହି ପଦ ପାଇଁ ବିଜେଡ଼ିକୁ ଏହି ଅଫର ଦେଇଥିଲା । ଏଥିପାଇଁ ବିଜେଡ଼ିର ବରିଷ୍ଟ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚା ହେଉଥିଲା ।