ETV Bharat / bharat

ଚିଦାମ୍ବରମଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ - ରାମସ୍ବାମୀ ପାର୍ଥସାରଥି

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଦୁର୍ନୀତି ମାମଲାରେ ତାଙ୍କ ଘରର କାନ୍ଥ ଚଢ଼ି ତାଙ୍କୁ ଗିରଫ କରିଥିବା ଏସ୍‌ପି ରାମସ୍ବାମୀ ପାର୍ଥସାରଥିଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଛି। ଅଧିକ ପଢନ୍ତୁ...

chidambaram
ଚିଦମ୍ବରମ
author img

By

Published : Jan 26, 2020, 5:34 PM IST

ନୂଆଦିଲ୍ଲୀ: 71ତମ ସାଧାରଣତନ୍ତ୍ର ଦିବସରେ ୨୮ଜଣ ସିବିଆଇ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଛି । ଏହି ଅଧିକାରୀଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଦୁର୍ନୀତି ମାମଲାରେ ତାଙ୍କ ଘରର କାନ୍ଥ ଚଢ଼ି ତାଙ୍କୁ ଗିରଫ କରିଥିବା ଡିଏସ୍‌ପି ରାମସ୍ବାମୀ ପାର୍ଥସାରଥି ମଧ୍ୟ ଏଥିରେ ସାମିଲ ଅଛନ୍ତି। ଆଦମ୍ୟ ବୀରତ୍ବ ପ୍ରଦର୍ଶନ ଏବଂ ଦେଶ ପାଇଁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ଶାନ୍ତ ସ୍ବଭାବର ପାର୍ଥସାରଥି ଚିଦାମ୍ବରଙ୍କ ବ୍ୟତୀତ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ମଧ୍ୟ ଗିରଫ କରିଥିଲେ। ଉଭୟେ ବାପା-ପୁଅଙ୍କୁ ସେ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ କରିଥିଲେ। ସେହିପରି ଜେଜେ ହତ୍ୟା ମାମଲାର ତଦନ୍ତ କରିଥିବା ପୋଲିସ ଅଫିସର ଧୀରେନ୍ଦ୍ର ଶୁକ୍ଳାଙ୍କୁ ମଧ୍ୟ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଛି।

ରାଷ୍ଟ୍ରପତି ପୋଲିସ ପଦକ ପାଇଥିବା ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ବିନୟ କୁମାର, ନିର୍ଭୟ କୁମାର, ତୋଣ୍ଡାତ୍ତୁପରାମ୍ବିଲ୍‌ ବର୍ଗେସ୍‌, ଦୀପେନ୍ଦୁ ଭଟ୍ଟାଚାର୍ଯ୍ୟ, ରାଜେଶ ସିଂହ, ଓଁପ୍ରକାଶ ବିଷ୍ଣୋଇ, ସଞ୍ଜୟ କୁମାର ଭଟ, ମନୋଜ ବର୍ମା, ତାଙ୍ଗ୍‌ଲୁଆନ୍‌ ଜମାଙ୍ଗ୍‌, ରବି ନାରାୟଣ ତ୍ରିପାଠୀ, ମୁକେଶ ବର୍ମା, ନୀତେଶ କୁମାର, ବରୁଣ କୁମାର ସର୍କାର, ନାରାୟଣ ଚନ୍ଦ୍ର ସାହୁ, ନନ୍ଦ କିଶୋର, ନୁର ଅଲି ଶେଖ୍‌, ରୋହିତାଶ୍ୱ କୁମାର ଧିନ୍‌ଓ୍ଵା, ମଦନ ଲାଲଜ ଧିମନ, ଧରମବୀର ସିଂହ, ପାର୍ଥସାରଥି ସେଶାଦ୍ରି, କୈଳାସ ଚାନ୍ଦ ଯାଦବ, ପବନ କୁମାର, କୃଷ୍ଣ କୁମାର ଏବଂ ପୁଷ୍ପା ଯୋଶୀ ରହିଛନ୍ତି। ଏହି ସମସ୍ତଙ୍କୁ ନିଷ୍ଠା ଏବଂ ବୀରତ୍ବର ସହ କର୍ତ୍ତବ୍ୟ ପାଳନ କରିଥିବା ଯୋଗୁଁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.