ETV Bharat / bharat

ଶ୍ରାବଣ ପୂର୍ଣ୍ଣିମା: ଖୋଲିଲା ବାବା ବୈଦ୍ୟନାଥ ଧାମ, ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

author img

By

Published : Aug 3, 2020, 10:55 AM IST

ଆଜି(ସୋମବାର) ଭକ୍ତଙ୍କ ପାଇଁ ଖୋଲିଲା ବାବା ବୈଦ୍ୟନାଥଙ୍କ ଧାମ । ସୀମିତ ସଂଖ୍ୟାର ଶ୍ରଦ୍ଧାଳୁ କରିବେ ବାବାଙ୍କ ଦର୍ଶନ । ଅଧିକ ପଢନ୍ତୁ...

ଶ୍ରାବଣ ପୂର୍ଣ୍ଣିମା: ଖୋଲିଲା ବାବା ବୈଦ୍ୟନାଥ ଧାମ, ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି
ଶ୍ରାବଣ ପୂର୍ଣ୍ଣିମା: ଖୋଲିଲା ବାବା ବୈଦ୍ୟନାଥ ଧାମ, ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

ରାଞ୍ଚି: ଝାଡଖଣ୍ଡର ଦେବଘରରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ବାବା ବୈଦ୍ୟନାଥ ଧାମ ମନ୍ଦିର ଖୋଲାଯାଇଛି । ମନ୍ଦିର ପୁରୋହିତଙ୍କ ସହିତ 100 ଜଣ ସ୍ଥାନୀୟ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରାଯିା ନେଇ ଅନୁମତି ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା ସଚିବ ଅମିତାଭ କୌଶଲ ଏହି ସୂଚନା ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗ ଦେବଘର ଡିସିଙ୍କୁ ଏକ ଚିଠି ଲେଖି ସାମାଜିକ ଦୂରତା ତଥା ଅନ୍ୟାନ୍ୟ କୋଭିଡ କଟକଣା ପାଳନ କରିବା ସହ ବାବା ମନ୍ଦିର ଦର୍ଶନ କରିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ଝାଡଖଣ୍ଡ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥି ସହିତ ଭାଦ୍ରବ ମାସରେ ମନ୍ଦିରେ ଦର୍ଶନ କରିବା ନେଇ ପରେ ନିଷ୍ପତ୍ତି ନିଆଯିବ।

ତେବେ କୋରୋନା ସଂକ୍ରମଣ ହେତୁ ଝାଡଖଣ୍ଡ ସରକାର ଭକ୍ତଙ୍କ ପାଇଁ ବାବା ବୈଦ୍ୟନାଥ ଧାମ ମନ୍ଦିର ବନ୍ଦ କରିଦେଇଥିଲେ। ଏପରିକି ଏଥର ବିଶ୍ୱ ପ୍ରସିଦ୍ଧ ଶ୍ରାବଣ ମେଳା ଆୟୋଜିତ ହୋଇନଥିଲା। ପ୍ରତିବର୍ଷ ଲକ୍ଷ ଲକ୍ଷ କାଉଡିଆ ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଏକ ମାସ ପର୍ଯ୍ୟନ୍ତ ଚାଲୁଥିବା ଏହି ମେଳାରେ ଭାଗ ନେଇ ବାବା ବୈଦ୍ୟନାଥଙ୍କ ଉପରେ ଜଳାଭିଶେକ କରିଥାନ୍ତି ।

ନିକଟରେ ସୁପ୍ରିମକୋର୍ଟ ଏକ ପିଏଲ ଶୁଣାଣି ବେଳେ ଭକ୍ତମାନଙ୍କ ପାଇଁ ବାବା ଧାମ ଖୋଲିବାକୁ ଝାଡଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ରାଜ୍ୟ ସରକାର କହିଥିଲେ ଯେ, ଭକ୍ତଙ୍କ ପାଇଁ ଇ-ଦର୍ଶନ ବ୍ୟବସ୍ଥା କରାଯାଇଛି। କିନ୍ତୁ କୋର୍ଟ କହିଥିଲେ ଯେ, ଇ-ଦର୍ଶନ ଏକ ଦର୍ଶନ ନୁହେଁ। ସୀମିତ ସଂଖ୍ୟକ ଭକ୍ତଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବା ଉଚିତ। ସରକାର ଏଥିପାଇଁ ବ୍ୟବସ୍ଥା କରିବା ଉଚିତ। ଏହି ଆଦେଶ ପରେ ସରକାର ଶ୍ରାବଣ ପୂର୍ଣ୍ଣିମାରେ ଗୋଟିଏ ଦିନ ପାଇଁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଭକ୍ତମାନଙ୍କ ଭିତରେ ଅନେକ ଉତ୍ସାହ ଗଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.