ETV Bharat / bharat

CAA, NRC, NPR ବିରୋଧରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ - CAA, NRC, NPR against jamia student

ଦିଲ୍ଲୀରେ ପୁଣି ଦେଖିବାକୁ ମିଳିଛି CAA, NRC, NPRର ତାତି । ଦିଲ୍ଲୀର ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ଦ୍ବାରା ବିଗତ ଅଢେଇ ମାସ ଧରି ଚାଲିଛି ଏ ବିକ୍ଷୋଭ । ଅଧିକ ପଢନ୍ତୁ ...

Demonstration continues in Jamia against caa
CAA, NRC, NPR ବିରୋଧରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ
author img

By

Published : Mar 3, 2020, 12:48 PM IST

ନୂଆଦିଲ୍ଲୀ: CAA, NRC ତାତି ଥମୁ ନଥିବାବେଳେ ଦିଲ୍ଲୀରେ ଥିବା ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବିଶ୍ବବିଦ୍ୟାଳୟର ଛାତ୍ରମାନେ CAA, NRC ଏବଂ NPR ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

CAA, NRC, NPR ବିରୋଧରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ

ଏହି ବିକ୍ଷୋଭ ଲଗାତର ଅଢେଇ ମାସରୁ ଅଧିକ ସମୟ ଧରିଚାଲିଥିବାବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ଏହି ଆନ୍ଦୋଳନ ଜାମିଆର 7ନଂ ଗେଟ୍ ରେ ଛାତ୍ରଙ୍କ ଦ୍ବାରା ଚାଲିଥିବାବେଳେ ଏଥିରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ମଧ୍ୟ ଯୋଗ ଦେଇଥିଲେ । ଏଥିରେ ବକ୍ତାମାନେ CAA, NRC ଏବଂ NPR ବିରୋଧରେ ନିଜ ନିଜର ମତ ରଖିବା ସହ ଟ୍ରାଫିକକୁ ମଧ୍ୟ ସୁରୁଖୁରୁରେ ପରିଚାଳିତ କରନ୍ତି । ଯଦିଓ ଜାମିଆ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଏକପାଖିଆ ରାସ୍ତା ଅବରୋଧ କରାଯାଇଛି । ଗତ ଡିସେମ୍ବର 15ରେ ହୋଇଥିବା ହିଂସାରେ ବସ୍ ଭଙ୍ଗାରୁଜା କରିବା ସହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କ୍ରାଇମ ବ୍ରାଞ୍ଚ ଦ୍ବାରା ତଦନ୍ତ ଜାରି ରହିଥିବାବେଳେ ମାମଲା ରୁଜ୍ଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.