ETV Bharat / bharat

ଅର୍ଥନୀତିକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ - ଅସଂଗଠିତ ଅର୍ଥନୀତି

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଅର୍ଥନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ଗାନ୍ଧୀ ତାଙ୍କ ଭିଡିଓ ସିରିଜର ଦ୍ବିତୀୟ ଭାଗ ଅର୍ଥନୀତି ପ୍ରସଙ୍ଗରେ ପ୍ରକାଶ କରିଛନ୍ତି ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Sep 3, 2020, 1:38 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଅର୍ଥନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ଗାନ୍ଧୀ ତାଙ୍କ ଭିଡିଓ ସିରିଜର ଦ୍ବିତୀୟ ଭାଗ ଅର୍ଥନୀତି ପ୍ରସଙ୍ଗରେ କହିଛନ୍ତି । ଏହି ଭିଡିଓରେ ରାହୁଲ ଗାନ୍ଧୀ ବିମୁଦ୍ରୀକରଣ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଥିଲେ ଓ ଏହାକୁ ଗରିବଙ୍କ ବିରୋଧରେ ନିଷ୍ପତ୍ତି ବୋଲି କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ ବିମୁଦ୍ରୀକରଣ ହେଉଛି ଭାରତର ଗରିବ କୃଷକ-ଶ୍ରମିକଙ୍କ ଉପରେ ଆକ୍ରମଣ । 8 ନଭେମ୍ବର ରାତିରେ ପ୍ରଧାନମନ୍ତ୍ରୀ ମୋଦି 500-1000 ନୋଟ ବନ୍ଦ କରିଦେଲେ । ଏହାପରେ ସମଗ୍ର ଦେଶ ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିଲା । ରାହୁଲ ପଚାରିଥିଲେ ଏହା କରି କଣ କଳାଧନ ଫେରିଆସିଲା ? ଲୋକେ ଏଥିରୁ ଉପକୃତ ହୋଇଥିଲେ କି ? ଉଭୟର ଉତ୍ତର ନା ’।

ରାହୁଲ ଅଭିଯୋଗ କରିଛନ୍ତି ଯେ, ବିମୁଦ୍ରୀକରଣ କେବଳ ଧନୀ ଲୋକଙ୍କୁ ଉପକୃତ କରିଛି । ଆପଣଙ୍କ ଟଙ୍କା ନେଇ ସରକାର ଧନୀ ଲୋକଙ୍କ ଋଣ ସୁଝିଛନ୍ତି । ରାହୁଲ କହିଛନ୍ତି ଯେ ସରକାରଙ୍କ ଦ୍ବିତୀୟ ଉଦ୍ଦେଶ୍ୟ ହେଉଛି ଜମି ଖାଲି କରିବା । ଦେଶର ଅସଂଗଠିତ କ୍ଷେତ୍ର ନଗଦ ଅର୍ଥରେ କାମ କରେ, ବିମୁଦ୍ରୀକରଣ ଦ୍ବାରା କ୍ୟାସଲେସ୍ ଭାରତ ଚାହୁଁଥିଲେ କିନ୍ତୁ ଯଦି କ୍ୟାସଲେସ୍ ହୁଏ ତେବ ଏହି କ୍ଷେତ୍ର ଅଧିକ ପ୍ରଭାବିତ ହେବ । ତେଣୁ କୃଷକ, ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ଏହି କାରଣରୁ କ୍ଷତିଗ୍ରସ୍ତ ହେଲେ ।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଛୋଟ ବ୍ୟବସାୟ ନଗଦ ​​ବିନା ବଞ୍ଚିପାରିବ ନାହିଁ । ବିମୁଦ୍ରୀକରଣର ଏହି ଆକ୍ରମଣକୁ ଆମକୁ ସ୍ବୀକାର କରିବାକୁ ପଡିବ ଓ ଦେଶକୁ ଏହା ବିରୋଧରେ ଲଢିବାକୁ ପଡିବ । ରାହୁଲ ଗାନ୍ଧୀ ଏହି ସିରିଜର ପ୍ରଥମ ଭାଗ 31 ଅଗଷ୍ଟରେ ପ୍ରକାଶ କରିଥିଲେ । ଏଥିରେ ସେ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଜାଣିଶୁଣି ଅସଂଗଠିତ କ୍ଷେତ୍ରର ଅର୍ଥନୀତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ରାହୁଲ ତାଙ୍କ ଭିଡିଓରେ ଏହା ମଧ୍ୟ କହିଛନ୍ତି ଯେ ଗତ 6 ବର୍ଷ ଧରି ବିଜେପି ସରକାର ଅସଂଗଠିତ ଅର୍ଥନୀତି ଉପରେ ଆକ୍ରମଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.