ETV Bharat / bharat

ଦେଶରେ ଗଣତନ୍ତ୍ରକୁ ନଷ୍ଟ କରାଯାଉଛି: ସୋନିଆ ଗାନ୍ଧୀ - democracy is being destroyed

ଦେଶରେ ଘୃଣାର ବିସ୍ତାର କରୁଥିବା ସଂଗଠନ ଲୋକଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛନ୍ତି । ଆଜି ଆମର ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ ଅଛି ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ।

ଦେଶରେ  ଗଣତନ୍ତ୍ରକୁ ନଷ୍ଟ କରାଯାଉଛି: ସୋନିଆ ଗାନ୍ଧୀ

author img

By

Published : Aug 29, 2020, 5:41 PM IST

Updated : Aug 29, 2020, 6:56 PM IST

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି । ଦେଶରେ ଘୃଣାର ବିସ୍ତାର କରୁଥିବା ସଂଗଠନ ଲୋକଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି, କେତେକ ସଂଗଠନ ଦେଶରେ ଘୃଣାର ବିସ୍ତାର କରୁଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିଜ ନିଜ ମଧ୍ୟରେ ଲଢେଇ କରେଇବା । ସ୍ବାଧୀନତା ଆଜି ବିପଦରେ ଅଛି, ଗଣତନ୍ତ୍ର ନଷ୍ଟ ହେଉଛି। ଭାରତର ଲୋକ, ଆଦିବାସୀ, ମହିଳା ଏବଂ ଯୁବକମାନେ ସ୍ବର ଉତ୍ତୋଳନ ନକରନ୍ତୁ ବୋଲି ଘୃଣା ବିସ୍ତାର କରୁଥିବା ଶକ୍ତିମାନେ ଚାହୁଁଥିବା ସୋନିଆ ଗାନ୍ଧୀ କହିଛନ୍ତି ।

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ, ମହାତ୍ମା ଗାନ୍ଧୀ, ସ୍ବାଧୀନତାର 75 ବର୍ଷ ପରେ ଆମ ଦେଶ ଏପରି କଠିନ ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ଜବାହରଲାଲ ନେହେରୁ ଏବଂ ଭୀମ୍ ରାଓ ଆମ୍ବେଦକରଙ୍କ ସମେତ ଆମର କୌଣସି ପୂର୍ବପୁରୁଷ କଳ୍ପନା କରିନଥିଲେ । ଆଜି ଆମର ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ ଅଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦୀର୍ଘ ଦିନ ଧରି ଦେଶର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଧ୍ବଂସ କରିବା ସହ ଲୋକଙ୍କ ସ୍ବରକୁ ଦମନ କରୁଥିବା ବିଜେପି ଏବଂ ମୋଦି ସରକାରଙ୍କ ଉପରେ ଅଭିଯୋଗ କରି ଆସୁଛି।

Last Updated : Aug 29, 2020, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.