ETV Bharat / bharat

ଲକଡାଉନରେ ବଢିଛି ଗଞ୍ଜେଇ ଚୋରାଚାଲାଣ

ଲକଡାଉନ ସମୟରେ ମାତିଛନ୍ତି ଗଞ୍ଜେଇ ଚୋରାଚାଲାଣକାରୀ । ଏହି ସମୟରେ ବିଦେଶରୁ ଡ୍ରଗ୍ସ ଆସିପାରୁନଥିବାରୁ ଗଞ୍ଜେଇ ଓ ଅଫିମର ଚାହିଦାରେ ବୃଦ୍ଧି ଘଟିଛି । ରାଜଧାନୀ ଦିଲ୍ଲୀରେ ଗଞ୍ଜେଇ ଓ ଅଫିମ ଭଳି ବିଭିନ୍ନ ନିଶାଦ୍ରବ୍ୟର ଚୋରାଚାଲାଣ ହଠାତ ବଢିଯାଇଥିବା ନେଇ ବଡ ଖୁଲାସା କରିଛି ନେକ୍ରୋଟିକ କଣ୍ଟ୍ରୋଲ ବ୍ୟୁରୋ ( ଏନସିବି) । ଅଧିକ ପଢନ୍ତୁ...

author img

By

Published : Jul 9, 2020, 8:38 PM IST

ଲକଡାଉନରେ ବଢିଛି ଗଞ୍ଜେଇ ଚୋରାଚାଲାଣ
ଲକଡାଉନରେ ବଢିଛି ଗଞ୍ଜେଇ ଚୋରାଚାଲାଣ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନାର ସଙ୍କଟ । ଏପରିସ୍ଥିତିରେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିଲା ଲକଡାଉନ । ହେଲେ ଏହି ଲକଡାଉନ ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ଗଞ୍ଜେଇ ଓ ଅଫିମ ଭଳି ବିଭିନ୍ନ ନିଶାଦ୍ରବ୍ୟର ଚୋରାଚାଲାଣ ବଢିଯାଇଥିବା ନେଇ ବଡ ଖୁଲାସା କରିଛି ନେକ୍ରୋଟିକ କଣ୍ଟ୍ରୋଲ ବ୍ୟୁରୋ ( ଏନସିବି) ।

ଲକଡାଉନରେ ବଢିଛି ଗଞ୍ଜେଇ ଚୋରାଚାଲାଣ
ଏନସିବିର ଛାନଭିନରୁ ଜଣାପଡିଛି ଯେ ଦେଶରେ ତାଲବନ୍ଦ ହେବା ଦିନରୁ କୋକେନ ଓ ହେରୋଇନ ଭଳି ନିଶା ଦ୍ରବ୍ୟର ଯୋଗାଣ ପାଖାପାଖି ବନ୍ଦ ହୋଇଯାଇଥିଲା । ଏହି କାରଣରୁ ନିଶା ସେବନକାରୀଙ୍କ ମଧ୍ୟରେ ଗଞ୍ଜେଇ ଓ ଅଫିମର ଚାହିଦା ବେଶ ବିଢିଯାଇଛି, ଯାହାଫଳରେ ଏଗୁଡିକର ଚୋରାଚାଲାଣରେ ଅହେତୁକ ବୃଦ୍ଧି ଘଟିଛି । ଲକଡାଉନ ସମୟରେ 400 କିଲୋଗ୍ରାମର ଅଫିମ ଓ 2000 କିଲୋଗ୍ରାମର ଗଞ୍ଜେଇ ଚୋରାଚାଲାଣକାରୀଙ୍କଠାରୁ ଜବତ କରିଛି ଏନସିବି । ବିଶେଷ କରି ଆକାଶମାର୍ଗ ଦେଇ ଭାରତରେ କୋକେନ ଓ ହେରୋଇନର ସ୍ମଗଲିଂ ହୋଇଥାଏ । ହେଲେ କୋରୋନା ସଂକ୍ରମଣ ଯୋଗୁଁ ଏସବୁ ଆଉ ସମ୍ଭବ ହୋଇପାରୁନାହିଁ । ତେବେ ଏଗୁଡିକ ମିଳୁନଥିବାରୁ ନିଶା ସେବନକାରୀମାନେ ଅଫିମ ଓ ଗଞ୍ଜେଇ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି, ଯାହାଫଳରେ ଏହାର ଚାହିଦାରେ ବୃଦ୍ଧି ଘଟିଛି ।

ଲକଡାଉନରେ ଅତ୍ୟାବଶ୍ୟକ ସେବା, ଯେପରିକି ଫଳ ପନିପରିବା ଓ ରାସନ ନେଇ ଯାତାୟତ କରୁଥିବା ଗାଡି ପାଇଁ ପାସ ଜାରି ହୋଇଥିବାବେଳେ ଏହାର ଅପ ବ୍ୟବହାର କରୁଛନ୍ତି ନିଶାଦ୍ରବ୍ୟ ଚୋରାଚାଲାଣକାରୀ । ଏପରିକି ଟ୍ରକର ଟାୟାରରେ ମଧ୍ୟ ଅଫିମ ଲୁଚାଇ ଅଣାଯାଉଥିବାବେଳେ ଏହାକୁ ଜବତ କରିଛି ଏନସିବି । ଏନେକ ସମୟରେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଚୋରାଚାଲାଣକାରୀଙ୍କ ଏହି ତକଳାକାରନାମାକୁ ପର୍ଦ୍ଦାଫାସ କରିଛି, ହେଲେ ତଥାପି ଏହା ଉପରେ ଏଯାବତ ଅଙ୍କୁଶ ଲଗାଯାଇପାରିନାହିଁ । ଲକଡାଉନ ସମୟରେ ଆନ୍ଧ୍ରପ୍ରଦେଶ ଓ ଆମ ରାଜ୍ୟ ଓଡିଶାକୁ ମଧ୍ୟ ବିପୂଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହି ରାଜ୍ୟଗୁଡିକର ଅଧିକାଂଶ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ଏଠାରେ ରେଡ୍ କରିବା ସମ୍ଭବ ହୋଇନଥାଏ । ଏହାର ସୁଯୋଗ ନେଇ ନିଶାଦ୍ରବ୍ୟ ଚୋରାଚାଲାଣକାରୀମାନେ ପୋଲିସ ଆଖିରେ ଧୂଳି ଦେବାରେ ସଫଳ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.