ETV Bharat / bharat

ସ୍ବାସ୍ଥ୍ୟସେବାର କରୁଣ ଚିତ୍ର, ମୋବାଇଲ ଟର୍ଚ୍ଚରେ ହେଲା ଡେଲିଭରୀ - ଟର୍ଚ୍ଚ ଲାଇଟ୍‌ ରେ ଡେଲିଭରୀ

ସ୍ବାସ୍ଥ୍ୟସେବାର କରୁଣ ଚିତ୍ର । ମେଡିକାଲରେ ବିଜୁଳି ନଥିବା ହେତୁ ମୋବାଇଲ ଲାଇଟ୍‌ରେ ହେଲା ଡେଲିଭରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀ ଜିଲ୍ଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ।

ସ୍ବାସ୍ଥ୍ୟସେବାର କରୁଣ ଚିତ୍ର, ମୋବାଇଲ ଲାଇଟ୍‌ରେ ହେଲା ଡେଲିଭରୀ

author img

By

Published : Nov 12, 2020, 1:49 PM IST

ବେଙ୍ଗାଲୁରୁ: ମେଡିକାଲରେ ଟର୍ଚ୍ଚ ଲାଇଟ୍‌ରେ ହେଲା ଡେଲିଭରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀ ଜିଲ୍ଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ । ସନ୍ଧ୍ୟା ସମୟରେ ପାୱାର କଟ୍‌ ହୋଇଥିବାରୁ ଅନ୍ୟ କୌଣସି ବିକଳ୍ପ ନ ପାଇ ଶେଷରେ ଟର୍ଚ୍ଚ ଲାଇଟ୍‌ ରେ ମହିଳାଙ୍କ ପ୍ରସବ ହୋଇଛି ।

ସ୍ବାସ୍ଥ୍ୟସେବାର କରୁଣ ଚିତ୍ର, ମୋବାଇଲ ଲାଇଟ୍‌ରେ ହେଲା ଡେଲିଭରୀ

ଏହି ଘଟଣା ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ପାୱାର କଟ୍‌ ହେଉଥିବାବେଳେ ହସପିଟାଲ କର୍ତ୍ତୃପକ୍ଷ ଇନଭରଟରର ବ୍ୟବସ୍ଥା କରି ନାହାନ୍ତି । ଫଳରେ ସେହି ସମୟରେ ଜରୁରୀ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । କେବଳ ଏତିକି ନୁହେଁ ରାତିରେ ହସପିଟାଲରେ କୌଣସି ଡାକ୍ତର ମଧ୍ୟ ରହୁଥିବା ଅଭିଯୋଗ କରିଆସୁଛନ୍ତି ଗ୍ରାମବାସୀ । ହେଲେ ସ୍ଥାନୀୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନାହିଁ ।

ଫଳରେ କର୍ଣ୍ଣାଟକ କଲାବୁର୍ଗୀ ଜିଲ୍ଲା ଚିତ୍ତର ତାଲୁକର କଲ୍ଲୁର ଗ୍ରାମରେ ଗର୍ଭବତୀ ମହିଳା ଜଣଙ୍କ ଆସିଥିବାବେଳେ ପାୱାର କଟ୍‌ ଯୋଗୁଁ ମୋବାଇଲ ଲାଇଟରେ ଡେଲିଭରୀ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.