ETV Bharat / bharat

କୋରୋନା ପ୍ରଭାବ: ଭାଙ୍ଗିଲା 80 ବର୍ଷର ରେକର୍ଡ, ହେବନି ରାମଲୀଳା - ଲବ କୁଶ କମିଟି

କୋରୋନା ସାଜିଲା ବାଧକ। ଆୟୋଜିତ ହେବନି ଦିଲ୍ଲୀର ପ୍ରସିଦ୍ଧ କାର୍ଯ୍ୟକ୍ରମ ରାମଲୀଲା । ସୂଚନା ଦେଲା ଲବ କୁଶ କମିଟି। ଅଧିକ ପଢନ୍ତୁ...

ଭାଙ୍ଗିଲା 80 ବର୍ଷର ରେକର୍ଡ, ଆୟୋଜିତ ହେବନି ରାମଲୀଳା

author img

By

Published : Oct 13, 2020, 10:44 AM IST

ନୂଆଦିଲ୍ଲୀ: ଦିଲ୍ଲୀର ସବୁଠାରୁ ବଡ ରାମଲୀଲା କାର୍ଯ୍ୟକ୍ରମ ଯାହା ସାଧାରଣତଃ ପ୍ରତିଷ୍ଠିତ ଲାଲ କିଲ୍ଲାରେ ଅନୁଷ୍ଠିତ ହୋଇଥାଏ। ଆଉ ଏଥିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥାନ୍ତି। ହେଲେ ଚଳିତବର୍ଷ କୋରୋନା କାରଣରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଦୀର୍ଘ 80 ବର୍ଷ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ହେବ ନାହିଁ।

ଲାଲ କିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଲବ କୁଶ ରାମଲୀଲା କମିଟି କହିଛି ଯେ, ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇନାହିଁ। ଏହି କାର୍ଯ୍ୟକ୍ରମକୁ ଆଉ ମାତ୍ର 7 ଦିନ ବାକି ଥିବାବେଳେ ଦିଲ୍ଲୀ ସରକାର ଯେଉଁ ପ୍ରକାରର ନିୟମ ପ୍ରଣୟନ କରିଛନ୍ତି ତାହା କାର୍ଯ୍ୟକାରୀ କରିବା ଅସମ୍ଭବ ହେବ ବୋଲି କମିଟି କହିଛି।

କମିଟି ଆହୁରି କହିଛି ଯେ,"ଲାଲ କିଲ୍ଲା ଗ୍ରାଉଣ୍ଡରେ ରାମଲୀଲା ଦୀର୍ଘ 80 ବର୍ଷ ଧରି ଚାଲି ଆସୁଛି । କିନ୍ତୁ ଚଳିତ ବର୍ଷ ତାହା ଆୟୋଜନ ହେବ ନାହିଁ। ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଆମର ଲବ କୁଶ ରାମଲୀଲା କମିଟି ହେଉଛି ଭାରତର ସବୁଠାରୁ ବଡ କମିଟି। 500 ରୁ ଅଧିକ କଳାକାର ଏଥିରେ ଜଡିତ ଅଛନ୍ତି"।

ରବିବାର ଅରବିନ୍ଦ କେଜ୍ରିୱାଲ ସରକାର ଘୋଷଣା କରିଥିଲେ ଯେ, ଦିଲ୍ଲୀରେ ରାମଲୀଲା ଏବଂ ଦୁର୍ଗା ପୂଜା ଉତ୍ସବ ଅନୁଷ୍ଠିତ ହୋଇପାରିବ । ତଥାପି, ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ କୋଭିଡ ପ୍ରୋଟୋକଲଗୁଡ଼ିକୁ କଡାକଡି ପାଳନ କରିବାକୁ ପଡିବ | ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ପ୍ରାୟ 800 ରାମଲିଲା ଇଭେଣ୍ଟ ଆୟୋଜିତ ହୋଇଛି । କିନ୍ତୁ ଚଳିତବର୍ଷ ଅଧିକାଂଶ ରାମଲୀଲା କାର୍ଯ୍ୟକ୍ରମ ହେବାର ସମ୍ଭାବନା ନାହିଁ।

ଦିଲ୍ଲୀରେ ଏପର୍ଯ୍ୟନ୍ତ 3 ଲକ୍ଷରୁ ଅଧିକ କୋରୋନା ଭାଇରସ ମାମଲା ରିପୋର୍ଟ ହୋଇଛି। ଏଭଳି କ୍ଷେତ୍ରେରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ପାର୍ବଣରେ ବଡ ବଡ ସମାବେଶ ପାଳନ କରିବା ଅନୁଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.