ETV Bharat / bharat

ଗମ୍ଭୀର ଦେଉଛି ଦିଲ୍ଲୀ ବାୟୁ ଗୁଣବତ୍ତା - କୁହୁ଼ଡି ବଳୟରେ ରାଜଧାନୀ ଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ଜାରି ରହିଛି କୁହୁଡି । ଘନ କୁହୁଡି ପ୍ରବାହ କାରଣରୁ ଦିଲ୍ଲୀ ପ୍ରଦୂଷଣ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

କୁହୁ଼ଡି ବଳୟରେ ରାଜଧାନୀ ଦିଲ୍ଲୀ
କୁହୁ଼ଡି ବଳୟରେ ରାଜଧାନୀ ଦିଲ୍ଲୀ
author img

By

Published : Feb 8, 2021, 1:15 PM IST

ନୂଆଦିଲ୍ଲୀ: କୁହୁ଼ଡି ବଳୟରେ ରାଜଧାନୀ ଦିଲ୍ଲୀ । ସୋମବାର ଦିଲ୍ଲୀର କେତେକ ଅଞ୍ଚଳରେ ଘନ କୁହୁଡି ବଢିବା କାରଣରୁ ଦିଲ୍ଲୀ ବାୟୁ ଗୁଣବତ୍ତା ବିଗିଡିବାରେ ଲାଗିଛି ।

କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଶୀତ ସହିତ ଘନ କୁହୁଡି ପ୍ରବାହ ଜାରି ରହିଛି । ପ୍ରବଳ କୁହୁଡି ପ୍ରବାହ କାରଣରୁ ଦୃଶ୍ୟମାନରେ ଅସୁବିଧା ପରିଲିକ୍ଷିତ ହୋଇଛି । ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିଲ୍ଲୀର ତାପମାତ୍ରା 9.6 ଡିଗ୍ରୀ ସେଲସିୟସ ରହିଛି ।

ସାଫାରର ସୂଚନା ଅନୁସାରେ ଦିଲ୍ଲୀରେ ଏପରି ଘନ କୁହୁଡି ପ୍ରବାହ କାରଣରୁ ବାୟୁ ଗୁଣବତ୍ତା ବିଗିଡିବାରେ ଲାଗିଛି । ଏକ୍ୟୁଆଇ ମାନରେ ଦିନକୁ ଦିନ ଗୁରୁତର ହେଉଛି ଦିଲ୍ଲୀ ବାୟୁ ଗୁଣବତ୍ତା । ପବନର ବେଗ ବଢିବା ସହିତ ଆଗାମୀ କିଛି ଦିନ ରାଜଧାନୀ ଦିଲ୍ଲୀରେ ଏପରି ସ୍ଥିତି ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସହିତ ଶୀତ ଓ ଘନ କୁହୁଡି ପ୍ରବାହରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ଏପରି ପରିବେଶରେ ଶ୍ବାସକ୍ରିୟାରେ ସମସ୍ୟା ଥିବା ବ୍ୟକ୍ତିଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.