ETV Bharat / bharat

ଦିନକୁ ଦିନ ବିଗୁଡୁଛି ଦିଲ୍ଲୀ ବାୟୁ ଗୁଣବତ୍ତା

author img

By

Published : Jan 17, 2021, 11:42 AM IST

ବାୟୁ ପ୍ରଦୂଷଣ ସହିତ କୁହୁଡି ପ୍ରବାହ କାରଣରୁ ଦିଲ୍ଲୀ ପ୍ରଦୂଷଣ ଦିନକୁ ଦିନ ବିଗିଡିବାରେ ଲାଗିଛି । ରବିବାର ଦିଲ୍ଲୀ ବାୟୁ ପ୍ରଦୂଷଣ ଗୁରୁତର ସ୍ତରରେ ରହିଛି । ଅଧିକ ପଢନ୍ତୁ...

ବିଗୁଡୁଛି ଦିଲ୍ଲୀ ବାୟୁ ଗଣବତ୍ତା
ବିଗୁଡୁଛି ଦିଲ୍ଲୀ ବାୟୁ ଗଣବତ୍ତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବିଗୁଡୁଛି ପରିବେଶ । ବାୟୁ ପ୍ରଦୂଷଣ ସହିତ କୁହୁଡି ପ୍ରବାହ କାରଣରୁ ଦିଲ୍ଲୀ ପ୍ରଦୂଷଣ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ରବିବାର ଦିଲ୍ଲୀ ବାୟୁ ପ୍ରଦୂଷଣ ଗୁରୁତର ସ୍ତରରେ ରହିଛି ।

କିଛି ଦିନ ହେବ ବାୟୁ ଗୁଣବତ୍ତା ଗୁରୁତର ସ୍ତରରେ ରହି ଆସିଛି । ରବିବାର ବାୟୁ ସୂଚକାଙ୍କ ଅନୁସାରେ ବାୟୁ ଗୁଣବତ୍ତା 428 ଆକଳନ କରାଯାଇଥିବା କହିଛି ସାଫାର । ଦକ୍ଷିଣ ଭାରତର କିଛି ରାଜ୍ୟରେ ପ୍ରବଳ ଶୀତ ସହିତ କୁହୁଡି ପ୍ରବାହ ପାଇଁ କିଛି ସ୍ଥାନ ଧୂଆଁମୟ ହୋଇଛି । କୁହୁଡି ପଡିବାରୁ ସହରରେ ଯାତାୟତରେ ଅସୁବିଧା ହୋଇଥିବା ଦେଖାଯାଇଛି ।

ପଞ୍ଜାବ,ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ, ପୂର୍ବ ଉତ୍ତରପ୍ରଦେଶ, ବିହାର, ଚଣ୍ଡିଗଡ ଓ ଆସାମରେ ପ୍ରବଳ କୁହୁଡି ପ୍ରବାହ ହୋଇଥିବା ଟ୍ବିଟ କରି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପଟିଆଲା ଓ ବେରେଲିରେ ଦୃଶ୍ୟମାନ ସ୍ତର 25, ଚଣ୍ଡିଗଡ,ଗୟା,ତେଜପୁର ଓ ଦିବ୍ରୁଗହରେ 50 ରହିଥିବା ବେଳେ ଅମ୍ରିତସର,ଅମ୍ବାଲ,ଦିଲ୍ଲୀ ସଫଦରଗଞ୍ଜ, ପାଲାମ ଓ ଗୋୱାଟିରେ 200 ରହିଛି ।

ରାଜଧାନୀରେ ପ୍ରବଳ ଥଣ୍ଡା ଓ କୁହୁଡି ପ୍ରବାହ କାରଣରୁ ଦିଲ୍ଲୀବାସୀଙ୍କୁ ଗାଡି ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ରାତ୍ରୀ ସମୟରେ କୁହୁଡି କାରଣରୁ ଗାଡି ଚଳାଚଳରେ ବହୁତ ଅସୁବିଧା ହେଉଥିବା ଦେଖା ଦେଉଛି । ଦିଲ୍ଲୀର ଏପରି ସ୍ଥିତିରେ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଶନିବାର ବାୟୁ ସୂଚକାଙ୍କ ମାନ 492 ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.