ETV Bharat / bharat

'ମଧ୍ୟମ' ଶ୍ରେଣୀରେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ

author img

By

Published : Apr 7, 2020, 6:23 PM IST

ଲକଡାଉନ ଯୋଗୁଁ ଦେଶରେ ବାୟୂ ପ୍ରଦୂଷଣର ମାତ୍ରା କମ ହେବାରେ ଲାଗିଥିଲା । କିନ୍ତୁ ମଙ୍ଗଳବାର ଏହା ମଧ୍ୟମ ଶ୍ରେଣୀରେ ପହଞ୍ଚିଛି । ଅଧିକ ପଢନ୍ତୁ...

Delhi's air quality index in 'moderate' category
'ମଧ୍ୟମ' ଶ୍ରେଣୀରେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ମଙ୍ଗଳବାର ବୃଦ୍ଧି ପାଇଛି । ନାଇଟ୍ରୋଜେନ୍ ଅକ୍ସାଇଡ୍ ବିଷାକ୍ତ ଗ୍ୟାସରେ 63 ପ୍ରତିଶତ ହ୍ରାସ ସହିତ 'ମଧ୍ୟମ' ଶ୍ରେଣୀରେ ରହିଥିଲା ​। ସିଷ୍ଟମ ଅଫ ଏୟାର ଡିଷ୍ଟର୍ବାନ୍ସ ଏବଂ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) କହିଛିଯେ, "ପଶ୍ଚିମ ବିଭୋଭ ଅଧୀନରେ ମଙ୍ଗଳବାର ଏବଂ ବୁଧବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାୟୁ ଗୁଣବତ୍ତା ସୂଚକାଙ୍କ 106ରେ ଅଛି ।

ଗତ ସପ୍ତାହରେ ବାୟୁ ଗୁଣବତ୍ତା 'ଭଲ' ବର୍ଗରେ ଥିଲା। କିନ୍ତୁ କୋରୋନା ବିରୋଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଲାଇଟ ବନ୍ଦ କରି ଦୀପ କିମ୍ବା କ୍ୟାଣ୍ଡେ ଜଳେଇବାକୁ କହିଥିଲେ। କିନ୍ତୁ ଏହାକୁ ଗମ୍ଭୀରତାର ସହ ଗ୍ରହଣ ନକରି ଲୋକମାନେ ବାଣ ଫୁଟାଇଥିଲେ । ଯାହା ପୁଣି ବାୟୁ ଗୁଣବତ୍ତା ଉପରେ ପ୍ରଭାବ ପକାଇଛି ।

SAFAR ମଡେଲ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ବାୟୁ ଗୁଣବତ୍ତା ସୂଚକାଙ୍କରେ ଉନ୍ନତି ହେବାର ସମ୍ଭାବନା ଅଛି । 8 ଏପ୍ରିଲରେ ନିମ୍ନ ବର୍ଗର 'ସନ୍ତୋଷଜନକ' ବା 'ଭଲ' ବର୍ଗକୁ ସ୍ପର୍ଶ କରିପାରେ । ଏହି ସମୟରେ ପୁନେ, ଅହମ୍ମଦାବାଦ ଏବଂ ମୁମ୍ବାଇରେ ବାୟୁ ଗୁଣବତ୍ତା ସୂଚକାଙ୍କ ଯଥାକ୍ରମେ 'ସନ୍ତୋଷଜନକ' ବର୍ଗରେ 54, 95 ଏବଂ 73କୁ ଖସି ଆସିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.