ETV Bharat / bharat

ଦିଲ୍ଲୀରେ ଦୂଷିତ ହେଉଛି ବାୟୁ, ବଢୁଛି ପ୍ରଦୂଷଣ - ଦିଲ୍ଲୀର ବାୟୁସ୍ତର

ଲଗାତାର ଦୁଇ ଦିନ ହେବ ଦିଲ୍ଲୀର ବାୟୁସ୍ତର ‘ଖରାପ’ ଶ୍ରେଣୀର ରହିଛି । ଦିଲ୍ଲୀର ଜାହାଙ୍ଗୀରପୁରୀ ଏବଂ ଆଇଟିଓ ଭଳି ଅଞ୍ଚଳର ଏକ୍ୟୁଆଇ ଯଥାକ୍ରମେ 267 ଏବଂ 257 ରହିଥିବା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଶନିବାର ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ
ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ
author img

By

Published : Oct 10, 2020, 11:10 AM IST

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ହେବ ଦିଲ୍ଲୀର ବାୟୁସ୍ତର ‘ଖରାପ’ ଶ୍ରେଣୀର ରହିଛି । ଦିଲ୍ଲୀର ଜାହାଙ୍ଗୀରପୁରୀ ଏବଂ ଆଇଟିଓ ଭଳି ଅଞ୍ଚଳର ଏକ୍ୟୁଆଇ ଯଥାକ୍ରମେ 267 ଏବଂ 257 ରହିଥିବା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଶନିବାର ସୂଚନା ଦେଇଛନ୍ତି ।

ସେହିପରି ଦିଲ୍ଲୀର ଦ୍ୱାରକା ସେକ୍ଟର 8ରେ ଏକ୍ୟୁଆଇ 248 ରେକର୍ଡ କରାଯାଇଥିବା ବେଳେ ଆନନ୍ଦ ବିହାରର ଏକ୍ୟୁଆଇ 230 ରେକର୍ଡ କରାଯାଇଛି ।

ତେବେ ଗତ ବୁଧବାର ଦିନ ବାୟୁ ଗୁଣବତ୍ତା ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (ଏସଏଏଫଏଆର) ଅକ୍ଟୋବର 10 ଯାଏଁ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ଶ୍ରେଣୀର ରହିବା ନେଇ ପୂର୍ବାନୁମାନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.