ETV Bharat / bharat

ଦିଲ୍ଲୀ ନିର୍ବାଚନ: ପ୍ରଚାର ମୈଦାନରେ ହେଭିୱେଟ - ଦିଲ୍ଲୀ ବିଧାନସଭା ନିର୍ବାଚନ

ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ସରିଛି ନାମାଙ୍କନ ପତ୍ର ଦାଖଲ । ଆରମ୍ଭ ହୋଇଛି ପ୍ରଚାର । ଅଧିକ ପଢନ୍ତୁ...

DelhiElections2020
ଦିଲ୍ଲୀ ନିର୍ବାଚନ: ପ୍ରଚାର ମଇଦାନରେ ହେଭିୱେଟ
author img

By

Published : Jan 27, 2020, 8:25 AM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ସରିଛି ନାମାଙ୍କନ ପତ୍ର ଦାଖଲ । ଆରମ୍ଭ ହୋଇଛି ପ୍ରଚାର । ଫେବୃଆରୀ 8ରେ ହେବ ନିର୍ବାଚନ । ତିନି ପ୍ରମୁଖ ଦଳ ଆମ ଆଦମୀ ପାର୍ଟି(ଆପ୍‌), ଭାରତୀୟ ଜନତା ପାର୍ଟି(ବିଜେପି) ଓ କଂଗ୍ରେସ ଦିଲ୍ଲୀ ଦରବାର ଦଖଲ ଲାଗି ରଣକୌଶଳ ପ୍ରସ୍ତୁତ କରୁଛନ୍ତି ।

ପ୍ରଚାର ଆରମ୍ଭରୁ ତିନି ଦଳ ତିନି ଦଳକୁ ଆରୋପ ପ୍ରତ୍ୟାରୋପ କରିବାରେ ଲାଗି ପଡିଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ହେଭିୱେଟ । ବିଜେପି ପକ୍ଷରୁ ଆଜି(ସୋମବାର) ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିବେ । ସେହିପରି ଆପ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

ଅମିତ ଶାହ ତିନୋଟି ସ୍ଥାନରେ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିବାକୁ ଥିବାବେଳେ ଜେପି ନଡ୍ଡା ମଧ୍ୟ ତିନୋଟି ରାଲିରେ ଉଦବୋଧନ ଦେବେ । ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ନରେଲା, ବାୱାନା ଓ ଗାନ୍ଧୀ ନଗରରେ ରୋଡ ଶୋ କରିବେ ବୋଲି ଜଣାପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.