ETV Bharat / bharat

ସୋମବାର ଠୁ ମାର୍ଚ୍ଚ 31 ଯାଏଁ ଦିଲ୍ଲୀ ଲକ୍‌ଡାଉନ

ଦେଶର ରାଜଧାନୀ ଦିଲ୍ଲୀକୁ ଆସନ୍ତାକାଲି ସକାଳ 6ଟା ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯିବ । ଏହାସହିତ ଦିଲ୍ଲୀ ସହିତ ଲାଗି ରହିଥବା ସୀମା ଗୁଡିକୁ ସିଲ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କୌଣସି ଘରୋଇ ବିମାନ ମଧ୍ୟ ଚଳାଚଳ କରାଯିବନାହିଁ । ଅଧିକ ପଢନ୍ତୁ...

delhi-will-be-locked-down-emergency-services-will-be-operational
ଦିଲ୍ଲୀ ହେବ ଲକ ଡାଉନ,ଜରୁରୀ ସେବା କାର୍ଯ୍ୟକ୍ଷମ ହେବ
author img

By

Published : Mar 22, 2020, 8:27 PM IST

ନୂଆଦିଲ୍ଲୀ: ଦିଲ୍ଲୀକୁ ଆସନ୍ତାକାଲି ସକାଳ 6ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲକ୍‌ଡାଉନ କରାଯିବ । ଏହା ସହିତ ଦିଲ୍ଲୀ ସହିତ ଲାଗି ରହିଥିବା ସୀମା ଗୁଡିକୁ ସିଲ କରାଯାଉଛି । କୌଣସି ଘରୋଇ ବିମାନ ମଧ୍ୟ ଚଳାଚଳ କରାଯିବନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।

ମହାମାରୀ କୋରୋନାର ମୁକାବିଲା ପାଇଁ ଦିଲ୍ଲୀ ସରକାର ନେଇଥିବା ମୁଖ୍ୟ ବିଷୟ ହେଲା ଆସନ୍ତାକାଲି ସକାଳ 6ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଦିଲ୍ଲୀକୁ ଲକ ଡାଉନ କରାଯିବ । କୌଣସି ଘରୋଇ ବିମାନ ଚଳାଚଳ କରାଯିବ ନାହିଁ । ଦିଲ୍ଲୀକୁ ଲାଗି ରହିଥିବା ସମସ୍ତ ସୀମାକୁ ସିଲ କରାଯିବ । ଦିଲ୍ଲୀ ଲକ ଡାଉନ ସମୟରେ ବ୍ୟାଙ୍କ ଖୋଲା ରହିବ । ଏହା ସହ ଜରୁରୀ କାଳୀନ ସେବା ତଥା ମେଡିକାଲ, ଔଷଧ ଦୋକାନ, ଅଗ୍ନିଶମ ବିଭାଗ, ରାସନ ସାମଗ୍ରୀ ଦୋକନ ଖୋଲା ରହିବ ।

ଦିଲ୍ଲୀର ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ କିନ୍ତୁ କର୍ମଚାରୀଙ୍କ କୌଣସି ଦରମା କଟାଯିବ ନାହିଁ । ମାସ୍କ, ସାନିଟାଇଜରର କଳାବଜାରୀ ରୋକିବା ପାଇଁ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସର ସଂକ୍ରମଣରେ 27 ଜଣ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.