ETV Bharat / bharat

CAA ହିଂସା: ମୃତକଙ୍କୁ କ୍ଷତିପୂରଣ ଦେବେ ୟେଦୁରପ୍ପା

ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ବି ଜଳୁଛି ନିଆଁ । ଏନେଇ ଚାଲିଥିବା ଆନ୍ଦୋଳନ ସମୟରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପାଇଁ ଦିଲ୍ଲୀ ୱାକଫ ବୋର୍ଡ ଏକ ବଡ ଘୋଷଣା କରିଛି । ଆମ ଆଦମୀ ପାର୍ଟିର ବିଧାୟକ ଏବଂ ୱାକଫ ବୋର୍ଡର ଚେୟାରମ୍ୟାନ ଅମାନତୁଲ୍ଲାଙ୍କ କହିବା ଅନୁଯାୟୀ ପ୍ରତିଟି ମୃତକଙ୍କ ପରିବାରକୁ ୱାକଫ ବୋର୍ଡ 5ଲକ୍ଷ ଟଙ୍କା ସହାୟତା ଦେବ ।

CAA protest
ଫାଇଲ ଫଟୋ
author img

By

Published : Dec 22, 2019, 12:18 PM IST

Updated : Dec 22, 2019, 3:04 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ବି ଜଳୁଛି ନିଆଁ । ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜାରି ରଖିଛନ୍ତି ବିକ୍ଷୋଭକାରୀ। ଏନେଇ ଚାଲିଥିବା ଆନ୍ଦୋଳନ ସମୟରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଏହିକ୍ରମରେ ମାଙ୍ଗାଲୋରରେ ମଧ୍ୟ 2 ଜଣଙ୍କର ହିଂସାରେ ମୃତ୍ୟୁ ଘଟିଥିଲା। ଏହି ଦୁଇ ଜଣ ମୃତକଙ୍କ ପାଇଁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ୟେଦୁରପ୍ପା ।

CAA protest

ସେହିପରି ଦିଲ୍ଲୀ ୱାକଫ ବୋର୍ଡ ସିଏଏ ବିରୋଧ ପ୍ରଦର୍ଶନବେଳେ 20 ମୃତକଙ୍କ ସୂଚୀ ପ୍ରସ୍ତୁତ କରିଛି । ସୂଚୀରେ ଥିବା 20 ମୃତକଙ୍କ ମଧ୍ୟରୁ 13 ଜଣ ଉତ୍ତରପ୍ରଦେଶର ବିରୋଧ ପ୍ରଦର୍ଶନରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ଛାଡି ଆସାମରେ 5 ଏବଂ କର୍ଣ୍ଣାଟକରେ 2 ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ବୋର୍ଡ ସିଏଏକୁ ନେଇ ଜାମିଆ ମିଲିଆ ଇସଲାମିକ ୟୁନିଭରସିଟିରେ ହୋଇଥିବା ହିଂସାରେ ନିଜର ଆଖି ହରାଇଥିବା ଛାତ୍ରଙ୍କୁ ମଧ୍ୟ ବୋର୍ଡ 5 ଲକ୍ଷ ଟଙ୍କା ସହାୟତା ରାଶି ଏବଂ ଚାକିରୀ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି ।

ଆମ ଆଦମୀ ପାର୍ଟିର ବିଧାୟକ ତଥା ୱାକଫ ବୋର୍ଡର ଚେୟାରମ୍ୟାନ ଅମାନତୁଲ୍ଲାଙ୍କ କହିବା ଅନୁଯାୟୀ ପ୍ରତିଟି ମୃତକଙ୍କ ପରିବାରକୁ ୱାକଫ ବୋର୍ଡ 5ଲକ୍ଷ ଟଙ୍କା ସହାୟତା ଦେବ । ଏଥିସହ ଏହି ସହାୟତା ରାଶି ଦେଶର ସମସ୍ତ ଜାତିର ମୃତକଙ୍କୁ ଦିଆଯିବ ।

Intro:Body:

testing

Conclusion:
Last Updated : Dec 22, 2019, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.