ETV Bharat / bharat

ବିଦେଶରେ ଦିଲ୍ଲୀ ହିଂସାକୁ ନେଇ ପ୍ରଦର୍ଶନ, ଶାହାଙ୍କ ଇସ୍ତଫା ଦାବି କଲେ ପ୍ରଦର୍ଶନକାରୀ - ନାଗରିକତା ସଂଶୋଧନ ଆଇନ୍‌

ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏହାକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ବିରୋଧରେ ବିଦେଶରେ ପ୍ରତିବାଦର ସ୍ବର ଉଠିଛି । ଅଧିକ ପଢନ୍ତୁ...

protest-in-london
ଦିଲ୍ଲୀ ହିଂସା
author img

By

Published : Mar 1, 2020, 1:57 PM IST

ଲଣ୍ଡନ: ବିଦେଶରେ ପହଞ୍ଚିଛି ଦିଲ୍ଲୀ ହିଂସା ମାମଲା । ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏହାକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ବିରୋଧରେ ବିଦେଶରେ ପ୍ରତିବାଦର ସ୍ବର ଉଠିଛି । କିଛି ଛାତ୍ର ଗୋଷ୍ଠୀ ଏବଂ ମାନବାଧିକାର କର୍ମୀ ଶନିବାର ବ୍ରିଟେନର ରାଜଧାନୀ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ସାମ୍ନାରେ ଦିଲ୍ଲୀ ହିଂସା ଏବଂ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହା ସହିତ ସେମାନେ ଦିଲ୍ଲୀ ହିଂସାକାଣ୍ଡ ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ବିକ୍ଷୋଭକାରୀମାନେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବିଜେପି ନେତାଙ୍କ ଗିରଫ ଦାବି ମଧ୍ୟ କରିଛନ୍ତି । ବ୍ରିଟେନ ସରକାର ଦିଲ୍ଲୀ ହିଂସା ପାଇଁ ମୋଦି ସରକାରଙ୍କୁ କଡା ସମାଲୋଚନା କରିବା ଉଚିତ ବୋଲି ସେମାନେ କହିଛନ୍ତି ।

ଲଣ୍ଡନ, ପ୍ୟାରିସ୍, ବର୍ଲିନ୍ ଏବଂ ଜେନେଭା ସମେତ ୟୁରୋପର ପ୍ରାୟ 17 ଟି ସହରରେ ସିଏଏ ଏବଂ ଦିଲ୍ଲୀ ହିଂସାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନ ଜରିଆରେ ସେମାନେ ଦିଲ୍ଲୀର ହିଂସା ପୀଡିତଙ୍କୁ ସମର୍ଥନ ମଧ୍ୟ ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.