ETV Bharat / bharat

ଦିଲ୍ଲୀ ହିଂସା ମାମଲା: 410 ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଚାର୍ଜସିଟ ଦାଖଲ - ଦିଲ୍ଲୀ ହିଂସା ମାମଲା

ଗତ ଫେବୃୟାରୀରେ ଉତ୍ତର-ପୂର୍ବ ସାମ୍ପ୍ରଦାୟିକ ହିଂସା ମାମଲାରେ ସମ୍ବୋଧିତ 78 ମାମଲାରେ 410 ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ ଦାଖଲ କରିଛି।

delhi voilence
410 ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଚାର୍ଜସିଟ ଦାଖଲ
author img

By

Published : Jun 7, 2020, 11:33 AM IST

ନୂଆଦିଲ୍ଲୀ: ଗତ ଫେବୃୟାରୀରେ ଉତ୍ତର-ପୂର୍ବ ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା ମାମଲାରେ ସମ୍ବୋଧିତ 78 ମାମଲାରେ 410 ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ ଦାଖଲ କରିଛି।

ସୂଚନା ଅନୁଯାୟୀ, ଏହି ଦଙ୍ଗା ପରେ ଗୁଇନ୍ଦା ବିଭାଗର 26 ବର୍ଷୀୟ କର୍ମଚାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ତାଙ୍କ ଘର ନିକଟ ଚାନ୍ଦବାଗ ଅଞ୍ଚଳର ଏକ ନାଳରୁ ମିଳିଥିଲା। ପୋଲିସ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆମ ଆଦମୀ ପାର୍ଟି ନେତା ତାହିର ହୁସେନ‌ଙ୍କୁ ଗିରଫ କରିଥିଲେ ।

ଏହି ଚାର୍ଜସିଟରେ ପୋଲିସ କହିଛି ଯେ, ଏହି ଦଙ୍ଗା ପଛରେ ଏକ ଗଭୀର ଷଡଯନ୍ତ୍ର ରହିଛି । ଏଥିସହ ତାହିର ହୁସେନଙ୍କ ନେତୃତ୍ୱରେ ଭିଡହିଂସା ଦ୍ୱାରା ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ଏଥିସହ ଏହି ହିଂସା ମାମଲାରେ ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ରତନ ଲାଲଙ୍କ ମୃତ୍ୟୁ ଘଟିଥିଲା । ସେ ସହକାରୀ ପୋଲିସ କମିଶନର ଗୋକୁଲପୁରୀ କାର୍ଯ୍ୟାଳୟ ସହିତ ଜଡିତ ଥିଲେ।

ପ୍ରକାଶ ଥାଉକି, ଏହି ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ତଦନ୍ତ ଦ୍ବାରା ଜାଣିବାକୁ ପାଇଥିଲେ ଯେ ଦଙ୍ଗାକାରୀମାନେ ଅଙ୍କିତ ଶର୍ମାଙ୍କୁ ତାହିର ହୁସେନଙ୍କ ଘର ପାଖରେ ଅପହରଣ କରିଥିଲେ । ତାଙ୍କୁ ଟାଣି ନେଇ ହୁସେନଙ୍କ ଘର ଭିତରକୁ ନିଆଯାଇଥିଲା। ଏହାପରେ ପୋଲିସ ଏହି ହତ୍ୟାକାଣ୍ଡର ଅଭିଯୋଗରେ ତାହିର ହୁସେନ‌କୁ ଗିରଫ କରିଥିଲା।

ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ସଲମାନ ପୋଲିସକୁ କହିଥିଲା ଯେ, ଅଙ୍କିତଙ୍କୁ ତାହିରଙ୍କ ଘରେ ପ୍ରବଳ ମାଡ ମରାଯାଇଥିଲା । ଏହାପରେ ଲୋଙ୍କଙ୍କ ଦ୍ବାରା ତାଙ୍କୁ ଛୁରୀ ଭୂସାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଅଙ୍କିତ ଶର୍ମାଙ୍କ ଶରୀରରେ 50 ରୁ ଅଧିକ ଛୁରୀ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.