ETV Bharat / bharat

ଦିଲ୍ଲୀ ହିଂସା ଭାରତ ମାତାଙ୍କୁ ଆଘାତ ଦେଇଛି: ରାହୁଲ ଗାନ୍ଧୀ - ଦିଲ୍ଲୀ ହିଂସା

ବୁଧବାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲେ । କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ସାଂସଦ ରାହୁଲ ଗାନ୍ଧୀ । ଏଭଳି ରାଜନୀତି କେବଳ ଏହି ବିଦ୍ୟାଳୟକୁ କ୍ଷତି ପହଞ୍ଚାଇନାହିଁ, ବରଂ ଦେଶ ଏବଂ ଭାରତ ମାତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 4, 2020, 11:08 PM IST

ନୂଆଦିଲ୍ଲୀ: ବୁଧବାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲେ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ସାଂସଦ ରାହୁଲ ଗାନ୍ଧୀ । ଏହିଗସ୍ତ ପରେ ସ କହିଛନ୍ତି ଯେ, ‘ବିଦ୍ୟାଳୟ ଭାରତର ଭବିଷ୍ୟତ, କିନ୍ତୁ ଘୃଣା ଓ ହିଂସା ଏହାକୁ ନଷ୍ଟ କରିଦେଇଛି । ଏଥିରେ କେହି ବି ଉପକୃତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି ।

ବୁଧବାର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଉତ୍ତର-ପୂର୍ବ ଦିଲ୍ଲୀର ବ୍ରିଜପୁରି ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାହୁଲ ଗାନ୍ଧୀ ।

ଗାନ୍ଧୀ ଆହୁରି କହିଛନ୍ତି ଯେ, "ଏହା ଯନ୍ତ୍ରଣାଦାୟକ ସମୟ ଅଟେ, ମୁଁ ଆପଣଙ୍କୁ କହିବାକୁ ଆସିଛି ଯେ ଆମ ସମସ୍ତଙ୍କୁ ଏକଜୁଟ ହେବା ଏବଂ ଭଲପାଇବା, ଭାଇଚାରା ସହିତ ଏକାଠି ହୋଇ କାମ କରିବା । ଏକାଠି ହେଲେ ହିଁ ଭାରତକୁ ଆଗକୁ ନିଆଯାଇପାରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଯେତେବେଳେ ରାଜଧାନୀରେ ହିଂସା, ଦଙ୍ଗା ହୁଏ ତାହା ସାରା ବିଶ୍ବରେ ଭାରତର ପ୍ରତିଷ୍ଠା, ସମ୍ମାନରେ ପ୍ରଶ୍ନ ଉଠେ । ଦେଶର ଶକ୍ତି ଭାଇଚାରା, ଏକତା ଏବଂ ପ୍ରେମ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି ।

ଏଭଳି ରାଜନୀତି କେବଳ ଏହି ବିଦ୍ୟାଳୟକୁ କ୍ଷତି ପହଞ୍ଚାଇନାହିଁ, ବରଂ ଦେଶ ଏବଂ ଭାରତ ମାତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଛି । ଭାରତର ଭବିଷ୍ୟତ ପାଇଁ ଭାରତର ପ୍ରତିଷ୍ଠା ଅତ୍ୟନ୍ତ ଜରୁରୀ, ଯାହା ଦିଲ୍ଲୀରେ ଜଳି ଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଏଠାରେ ସୂଚନା ଯୋଗ୍ୟ , ଦିଲ୍ଲୀରେ ସିଏଏ ସପକ୍ଷ ଓ ବିରୋଧୀଙ୍କ ମଧ୍ୟରେ ଦେଖାଦେଇଥିବା ସଂଘର୍ଷରେ ଏଯାବତ୍‌ 47 ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ଚିକିତ୍ସିତ ହେଉଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.