ETV Bharat / bharat

ଦିଲ୍ଲୀ ହିଂସା: ଉତ୍ତମ ବ୍ୟବହାର ପାଇଁ 60 ବର୍ଷ ବୟସ୍କଙ୍କୁ ଜାମିନ

author img

By

Published : Oct 19, 2020, 3:36 PM IST

ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ଦିଲ୍ଲୀ ହାଇକୋର୍ଟ 60 ବର୍ଷ ବୟସ୍କଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ 60 ବର୍ଷ ବୟସ୍କଙ୍କୁ ମିଳିଲା ଜାମିନ । ଖୁରେଜୀ ଖାସ ଅଞ୍ଚଳରେ ହିଂସା ମାମଲାରେ ସରିଫ ଖାନଙ୍କୁ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଗତ ଶୁକ୍ରବାର କୋର୍ଟ ତାଙ୍କୁ ଦିଲ୍ଲୀ ନ ଛାଡ଼ିବାକୁ ଏବଂ ପ୍ରତି ଦୁଇ ଦିନ ତଦନ୍ତ ଅଧିକାରୀ (ଆଇଓ) କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଇଓକୁ ତାଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ଫୋନ୍ ନମ୍ବର ଦେବା ପାଇଁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିସହ ଯଦି ଆଇଓ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆବେଦନକାରୀଙ୍କୁ ତାଙ୍କୁ ଦେଖା କରିବାକୁ ଡାକନ୍ତି ତେବେ ସେ ତାହା କରିବେ ବୋଲି ମଧ୍ୟ କୋର୍ଟ କହିଥିଲେ । ଯଦି ମୋବାଇଲ୍ ନମ୍ବର ବଦଳାନ୍ତି ତେବେ ନୂଆ ନମ୍ବର ଆଇଓକୁ ଦେବେ ବୋଲି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅତିରିକ୍ତ ସଲିସିଟର ଜେନେରାଲ୍ ( ଏଏସଜି) ଏସଭି ରାଜୁ କୋର୍ଟଙ୍କୁ କହିଛନ୍ତି ଯେ, ଆଇଓ ରିପୋର୍ଟ ଅନୁଯାୟୀ 45 ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନରେ ତାଙ୍କ ଆଚରଣ ସନ୍ତୋଷଜନକ ଥିଲା । ଏଥିସହ ସେ ତାଙ୍କ ଝିଅର ମୋବାଇଲ୍ ନମ୍ବର ମଧ୍ୟ ଆଇଓଏକୁ ଦେଇଥିଲେ। ସେ ନିୟମିତ ବ୍ୟବଧାନରେ ଆଇଓକୁ ରିପୋର୍ଟ କରିଆସୁଥିଲେ ଏବଂ ଉକ୍ତ ସମୟ ମଧ୍ୟରେ କୌଣସି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିନାହାନ୍ତି । ଏହି ଆଧାରରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.