ETV Bharat / bharat

ସଂସଦରେ ଦିଲ୍ଲୀ ହିଂସା ତାତି: ଚାଲିପାରୁନି ଗୃହ

author img

By

Published : Mar 4, 2020, 11:49 AM IST

ଉତ୍ତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡକୁ ନେଇ ସୁରୁଖୁରୁରେ ଚାଲିପାରୁନି ସଂସଦ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ପ୍ରଥମରୁ ଲୋକସଭା ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ମୁଲତବୀ ରହିଛି । ସେପଟେ ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା ପାଇଁ ଉପରାଷ୍ଟ୍ରପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।

delhi violance
ସଂସଦରେ ଦିଲ୍ଲୀ ହିଂସା ତାତି: ଚାଲିପାରୁନି ଗୃହ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡକୁ ନେଇ ସୁରୁଖୁରୁରେ ଚାଲିପାରୁନି ସଂସଦ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ପ୍ରଥମରୁ ଲୋକସଭା ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ମୁଲତବୀ ରହିଛି । ସେପଟେ ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା ପାଇଁ ଉପରାଷ୍ଟ୍ରପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।

ଦିଲ୍ଲୀ ହିଂସା ଲାଗି ଗତ ଦୁଇ ଦିନ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆଜି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଲୋକସଭାରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିବାବେଳେ ରାଜ୍ୟସଭାରେ ସବୁ କାର୍ଯ୍ୟାଦେଶ ବାତିଲ କରି ଦିଲ୍ଲୀ ହିଂସା ଉପରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ ବିରୋଧୀ ଦଳ ।

ତେବେ ଗୃହ ଆରମ୍ଭରୁ ଦିଲ୍ଲୀ ହିଂସା ଉପରେ ଆଲୋଚନା କରିବାକୁ ଦାବି ହଟ୍ଟଗୋଳ କରିବାରୁ ରାଜ୍ୟସଭାକୁ ଆସନ୍ତାକାଲି ଯାଏ ଓ ଲୋକସଭାକୁ ମଧ୍ୟାହ୍ନ 12 ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

ସୂଚନାଥାଉକି, ଗତକାଲି ଦିଲ୍ଲୀ ହିଂସା ଉପରେ ହୋଲି ପରେ ଆଲୋଚନା ପାଇଁ ଲୋକସଭା ବାଚସ୍ପତି କହିଥିଲେ ।

ଗାନ୍ଧୀ ମୂର୍ତ୍ତି ତଳେ ବାମଦଳର ବିକ୍ଷୋଭ

ଦିଲ୍ଲୀ ହିଂସାକୁ ନେଇ ଆଜି ସଂସଦରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବାମଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି ଦଳ ।

ଏଏନଆଇ ସହ ବ୍ୟୁରୋ ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.