ETV Bharat / bharat

ଦିଲ୍ଲୀରେ ଏଚଏସଆରପି ଏବଂ କଲର-କୋଡ୍ ଷ୍ଟିକର ବାଧ୍ୟତାମୂଳକ

ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ 2019 ଏପ୍ରିଲ ମାସ ପୂର୍ବରୁ ରେଜିଷ୍ଟର ହୋଇଥିବା ଗାଡି ମାଲିକମାନଙ୍କୁ ଉଚ୍ଚ ସୁରକ୍ଷା ରେଜିଷ୍ଟ୍ରେସନ ପ୍ଲେଟ ଏବଂ କଲର କୋଡ୍ ଷ୍ଟିକର ସହିତ ସଂଲଗ୍ନ କରିବାକୁ କହିଥିଲେ । ତେବେ ଏହି ନିର୍ଦ୍ଦେଶର ଉଲ୍ଲଂଘନକୁ ଯାଞ୍ଚ କରିବା ପାଇଁ ଖୁବଶୀଘ୍ର ଏକ ଡ୍ରାଇଭ ଲଞ୍ଚ କରାଯିବ ।

author img

By

Published : Sep 23, 2020, 1:52 PM IST

ଦିଲ୍ଲୀରେ ଏଚଏସଆରପି  ଏବଂ କଲର-କୋଡ୍ ଷ୍ଟିକର ବାଧ୍ୟତାମୂଳକ
ଦିଲ୍ଲୀରେ ଏଚଏସଆରପି ଏବଂ କଲର-କୋଡ୍ ଷ୍ଟିକର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ 2019 ଏପ୍ରିଲ ମାସ ପୂର୍ବରୁ ରେଜିଷ୍ଟର ହୋଇଥିବା ଗାଡି ମାଲିକମାନଙ୍କୁ ଉଚ୍ଚ ସୁରକ୍ଷା ରେଜିଷ୍ଟ୍ରେସନ ପ୍ଲେଟ ଏବଂ କଲର କୋଡ୍ ଷ୍ଟିକର ସହିତ ସଂଲଗ୍ନ କରିବାକୁ କହିଥିଲେ । ତେବେ ଏହି ନିର୍ଦ୍ଦେଶର ଉଲ୍ଲଂଘନକୁ ଯାଞ୍ଚ କରିବା ପାଇଁ ଖୁବଶୀଘ୍ର ଏକ ଡ୍ରାଇଭ ଲଞ୍ଚ କରାଯିବ । ଏକ ସାର୍ବଜନୀନ ବିଜ୍ଞପ୍ତିରେ ଗାଡି ମାଲିକମାନଙ୍କୁ ବିଳମ୍ବରେ ନକରି ଉଚ୍ଚ ସୁରକ୍ଷା ରେଜିଷ୍ଟ୍ରେସନ ପ୍ଲେଟ ଏବଂ କଲର କୋଡ୍ ଷ୍ଟିକର ପାଇବାକୁ କୁହାଯାଇଛି ।

ଏଚଏସଆରପି ହେଉଛି ଏକ କ୍ରୋମିୟମ ଆଧାରିତ ହୋଲଗ୍ରାମ । ଯାହା ଏକ ସ୍ଥାୟୀ ପରିଚୟ ନମ୍ବରର ଲେଜର-ବ୍ରାଣ୍ଡିଂ ବ୍ୟତୀତ ଉଭୟ ଆଗ ଏବଂ ପଛରେ ନମ୍ବର ପ୍ଲେଟରେ ଗରମ ଷ୍ଟାମ୍ପ୍ ଦ୍ୱାରା ପ୍ରୟୋଗ କରାଯାଏ । କଲର କୋଡ ଷ୍ଟିକର ଇନ୍ଧନ ପ୍ରକାର ଉପରେ ଆଧାର କରି ଯାନଗୁଡ଼ିକୁ ଚିହ୍ନିବା ପାଇଁ ଉଦ୍ଦିଷ୍ଟ ।

ଦିଲ୍ଲୀର ଏନସିଟିରେ ପଞ୍ଜୀକୃତ ହୋଇଥିବା ସମସ୍ତ ଯାନ ପାଇଁ ଏଚଏସଆରପି ଏବଂ କଲର-କୋଡ୍ ଷ୍ଟିକର ବାଧ୍ୟତାମୂଳକ । ମୋଟର ଯାନ ଅଧିନିୟମ 1988 ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ 1989 ଅନୁଯାୟୀ ଏହି ନିୟମ ନିୟମ ଉଲ୍ଲଂଘନ କରୁଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.