ନୂଆଦିଲ୍ଲୀ: ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ନେଇ ଦିଲ୍ଲୀ ଟ୍ରାଫିକ ପୋଲିସର ନିଆରା ପ୍ରୟାସ । ଯେଉଁଠି ପୋଲିସ ଜଣକ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । କେବଳ ସେତିକି ନୁହେଁ ହାତରେ ପ୍ଲା-କାର୍ଡ ଧରି 'ମେରେ ହେଲମେଟ, ମେରି ସୁରକ୍ଷା' ଲେଖି ଲୋକଙ୍କୁ ବାର୍ତ୍ତା ଦେଉଛନ୍ତି ।
ଖବର ଅନୁଯାୟୀ, ଦିଲ୍ଲୀର ଏହି ଟ୍ରାଫିକ ପୋଲିସ ଜଣକ ହେଲେ ସନ୍ଦୀପ ସାହି । ସେ କିଛି ମାସ ତଳେ ରାସ୍ତା ଦୁର୍ଘଟଣାରେ ନିଜର ପତ୍ନୀଙ୍କୁ ହରାଇଛନ୍ତି । ତେଣୁ ତାଙ୍କୁ ଜୀବନରେ ଯେଉଁ ଦୁଃଖ ଆସିଛି ତାହା ଆଉ କାହା ସହ ନହେଉ ବୋଲି ସେ ଅପିଲ କରିଛନ୍ତି । ଏହି ଟ୍ରାଫିକ ପୋଲିସ ଜଣକ କେବଳ ସଚେତନତା ବାର୍ତ୍ତା ଦେଉନାହାଁନ୍ତି ବରଂ ନିଜ ଅର୍ଥରେ ସାଧାରଣଜନତାଙ୍କୁ ହେଲମେଟ କିଣି ଦେଉଛନ୍ତି । ଏବେ ସୁଦ୍ଧା ସେ 700 ହେଲମେଟ ବାଣ୍ଟି ସାରିଲେଣି ।
ତେବେ ସେ ରଣବୀର ସିଂହଙ୍କ ଗଲି ବୟ ଫିଲ୍ମରେ ଅନୁପ୍ରାଣିତ ହୋଇ ଆପନା ଟାଇମ ଆୟେଗା ଡାଏଲଗକୁ ନିଜ ଅନ୍ଦାଜରେ ଲେଖିଛନ୍ତି । ସନ୍ଦୀପ ହେଲମେଟ ଦେବା ବେଳେ ସର୍ବଦା ଆଇଏସଆଇ ମାର୍କ ଥିବା ହେଲମେଟ ପିନ୍ଧିବାକୁ କହିଥାନ୍ତି ।