ETV Bharat / bharat

ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ 4000 ପାଖାପାଖି ଆକ୍ରାନ୍ତ - Delhi sees highest single day spike of COVID 19 cases

ଦିଲ୍ଲୀରେ 2301 ଲୋକଙ୍କର କୋରୋନାରେ ପ୍ରାଣ ଯାଇଛି । ବର୍ତ୍ତମାନ ଯାଏଁ 24 ହଜାର 988 ଜଣ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ 4000 ପାଖାପାଖି ଆକ୍ରାନ୍ତ

author img

By

Published : Jun 24, 2020, 4:09 AM IST

ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ଏହା ମହାରାଷ୍ଟ୍ରକୁ ଟକ୍କର ଦେଉଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପଜିଟିଭ ବାହାରୁଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଦିଲ୍ଲୀ ପ୍ରଶାସନ ।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ବାହାରିବାର ରେକର୍ଡ ହୋଇଛି । ଗତ 24 ଘଣ୍ଟାରେ ଏଠାରେ 3947 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍ ଆକ୍ରାନ୍ତ 66 ହଜାର 602ରେ ପହଞ୍ଚିଛି । ଏଥିରୁ 24 ହଜାର 988ଟି ଆକ୍ଟିଭ କେସ ରହିଛି । ଏହାସହ ମଙ୍ଗଳବାର 68 ଜଣଙ୍କର ମୃତ୍ୟୁ ହୋଇଛି ।

ଏହାସହ ଏବେ ଯାଏଁ ଦିଲ୍ଲୀରେ 2301 ଲୋକଙ୍କର କୋରୋନାରେ ପ୍ରାଣ ଯାଇଛି । ଦିଲ୍ଲୀରେ ବର୍ତ୍ତମାନ ଯାଏଁ 24 ହଜାର 988 ଜଣ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନରେ ଦର୍ଶାଇଛି । ସେହିପରି ରାଜଧାନୀରେ ଏପର୍ଯ୍ୟନ୍ତ 261ଟି କଣ୍ଟେନମେଣ୍ଟ ଜୋନ୍ ରହିଛି । ମଙ୍ଗଳବାର 16 ହଜାର 952ଟି ସାମ୍ପଲ ଟେଷ୍ଟ ହୋଇଛି । ଏବେ ସୁଦ୍ଧା ମୋଟ୍ 4 ଲକ୍ଷ 1 ହଜାର 648ଟି ନମୁନା ପରୀକ୍ଷା ସରିଛି ବୋଲି ଖବର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.