ETV Bharat / bharat

କୋରୋନା କବଳରେ ଦିଲ୍ଲୀ, 31 ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ବନ୍ଦ - 31 ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

କୋରୋନାର ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀର ସମସ୍ତ ସ୍କୁଲକୁ 31 ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ..

କୋରୋନା କବଳରେ ଦିଲ୍ଲୀ, 31 ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

author img

By

Published : Jun 26, 2020, 9:21 PM IST

ନୂଆଦିଲ୍ଲୀ: ରାଜଧାନୀରେ ଭୟଙ୍କର ହେବାରେ ଲାଗିଛି କୋରୋନା ସ୍ଥିତି । ଯାହା ସରକାରଙ୍କ ଚିନ୍ତା ବଢାଇଛି । ତେବେ କୋରୋନାର ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀର ସମସ୍ତ ସ୍କୁଲକୁ 31 ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର ସୂଚନା ଦେଇଛନ୍ତି ।

ସେହିପରି ଜୁଲାଇ 15 ସୁଦ୍ଧା ସିବିଏସି ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଫଳ ଘୋଷଣା କରାଯିବ । ଅନ୍ୟପଟେ କୋଭିଡ 19 ସ୍ଥିତିକୁ ଦେଖି ଅନ୍ୟ ପରୀକ୍ଷା ସବୁକୁ ବାତିଲ କରାଯାଇଛି ।

ସୂଚନାଯୋଗ୍ୟ, ସିବିଏସଇର ଅବଶିଷ୍ଟ ବୋର୍ଡ ପରୀକ୍ଷା ବାତିଲ୍ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରି ଦେଇଛନ୍ତି । ଏହାସହ କୋରୋନା କାରଣରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ଏବଂ ସିବିଏସଇକୁ ମଞ୍ଜୁରି ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.