ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ଦିଲ୍ଲୀର କୋରୋନା ସଂକ୍ରମଣର ସଂଖ୍ୟା । 24 ଘଣ୍ଟାରେ ଦିଲ୍ଲୀରୁ ପ୍ରାୟ 2 ହଜାର 137ଟି ମାମଲା ସାମ୍ନାକୁ ଆସିଛି । ଏହାସହ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର କୋଭିଡ-19 ରୋଗୀଙ୍କ ସଂଖ୍ୟା 36 ହଜାର 824ରେ ପହଞ୍ଚିଛି । ଗତ 15 ଦିନରେ ରିପୋର୍ଟ ଦେଖିବାକୁ ଗଲେ ଦିଲ୍ଲୀ, ଚେନ୍ନାଇ ଓ ମୁମ୍ବାଇରେ ଦ୍ବିଗୁଣିତ ହୋଇ ସଂକ୍ରମଣ ବଢିବାରେ ଲାଗିଛି । ଅହମ୍ମଦାବାଦ ଅପେକ୍ଷା ଦିଲ୍ଲୀରେ ସଂକ୍ରମଣ ତିନିଗୁଣ ଅଧିକ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି 4ଟି ମହାନଗରରେ ଦେଶର ମୋଟ ସଂକ୍ରମଣର 44 ପ୍ରତିଶତ ।
11 ଜୁନ ପର୍ଯ୍ୟନ୍ତ ଦେଶରେ ଯେତିକି କୋରୋନା ଜନିତ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ 43 ପ୍ରତିଶତ ଏହି ମହାନଗରରୁ ହୋଇଛି । ମୁମ୍ବାଇରେ କୋରୋନା 54 ହଜାର ମାମଲା ସାମ୍ନାକୁ ଆସିଛି । ଏହାସହ ପ୍ରତିଦିନ ହଜାରେ ଲେଖାଏଁ ମାମଲା ସାମ୍ନାକୁ ଆସୁଛି । 29 ମେ ର ଆକଳନ ଅନୁସାରେ ଚେନ୍ନାଇରେ 105 ପ୍ରତିଶତ, ଦିଲ୍ଲୀରେ 100 ପ୍ରତିଶତ ହିସାବରେ ରୋଗୀ ବଢୁଛନ୍ତି ।
ରାଜଧାନୀରେ ଦିଲ୍ଲୀରେ ବର୍ତ୍ତମାନ କୋରୋନା ସଙ୍କଟ ବଢିବାରେ ଲାଗିଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଆଜି ସକାଳ 11ଟାରୁ ଏକ ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଉପରାଜ୍ୟପାଳ ଅନିଲ୍ ବୈଜଲ୍, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏମ୍ସର ଅଧ୍ୟକ୍ଷ ରଣଦୀପ ଗୁଲେରା ସାମିଲ ଅଛନ୍ତି ।