ନୂଆଦିଲ୍ଲୀ: ଡହ ଡହ ଖରାରେ ଜଳୁଛି ରାଜଧାନୀ ଦିଲ୍ଲୀ। ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର ତାପମାତ୍ରା। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାର ଦିନ ଜାତୀୟ ରାଜଧାନୀରେ ସର୍ବାଧିକ 46.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ତେବେ ଗୁରୁବାର ରାତି 11:12 ରେ ଦିଲ୍ଲୀର ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା 5985 ମେଗାୱାଟ ଥିଲା। ଯାହା ଏହି ଋତୁର ସର୍ବୋଚ୍ଚ ଅଟେ। ଏହା ଜୁନ୍ 16, 2020 ରେ ରେକର୍ଡ ହୋଇଥିବା 5899 ମେଗାୱାଟର ସର୍ବୋଚ୍ଚ ଚାହିଦାକୁ ଅତିକ୍ରମ କରିଛି ବୋଲି ଗୁରୁବାର ଦିନ ବିଏସ୍ଏସ୍ ଦିଲ୍ଲୀ କହିଛି।
IMD ଅନୁଯାୟୀ, ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏବଂ ଉତ୍ତର-ପଶ୍ଚିମ ଭାରତରେ ଉପରୋକ୍ତ ସାଧାରଣ ତାପମାତ୍ରା ଜୁନ୍ 20 ପର୍ଯ୍ୟନ୍ତ ଜାରି ରହିବ, ଯାହା ପରେ ଏହା ହ୍ରାସ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ଲାଗି ରହିଥିବା ବେଳେ ଦିଲ୍ଲୀରେ ବିଳମ୍ବରେ ପହଁଞ୍ଚିବ ମୌସୁମୀ।