ETV Bharat / bharat

ଦିଲ୍ଲୀ ଜେଲରେ ପ୍ରଥମ କୋରୋନା ମୃତ୍ୟୁ ରିପୋର୍ଟ - କୋରୋନା ମୃତ୍ୟୁ ରିପୋର୍ଟ

ଦିଲ୍ଲୀରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଏପରିସ୍ଥଳେ ଦିଲ୍ଲୀରୁ ଆସିଛି ଚିନ୍ତାଜନକ ରିପୋର୍ଟ । ଦିଲ୍ଲୀ ଜେଲରୁ ଆସିଛି କୋରୋନା ସଂକ୍ରମଣରେ ପ୍ରଥମ କଏଦୀ ମୃତ୍ୟୁ ରିପୋର୍ଟ । ଜୁନ 15ରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ପ୍ରାଣ ହରାଇଥିବା ଜଣେ କଏଦୀଙ୍କ ରିପୋର୍ଟ କୋରୋନା ରହିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 21, 2020, 5:56 PM IST

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ଅଞ୍ଚଳମଧ୍ୟରୁ ରାଜଧାନୀ ଦିଲ୍ଲୀ ଅନ୍ୟତମ । ଦିଲ୍ଲୀରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଏପରିସ୍ଥଳେ ଦିଲ୍ଲୀରୁ ଆସିଛି ଚିନ୍ତାଜନକ ରିପୋର୍ଟ । ଦିଲ୍ଲୀ ଜେଲରୁ ଆସିଛି କୋରୋନା ସଂକ୍ରମଣରେ ପ୍ରଥମ କଏଦୀ ମୃତ୍ୟୁ ରିପୋର୍ଟ । ଜୁନ 15ରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ପ୍ରାଣ ହରାଇଥିବା ଜଣେ କଏଦୀଙ୍କ ରିପୋର୍ଟ କୋରୋନା ରହିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜୁନ୍ 15 ରେ ଜେଲ୍‌ରେ ପ୍ରାଣ ହରାଇଥିବା କଏଦୀ କନୱାର ସିଂ (62) ଙ୍କ ମୃତ୍ୟୁର କାରଣ ଜେଲ୍‌ରେ ଜଣାପଡି ନଥିଲା । ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ସେ କୋରୋନାରେ ପୀଡିତ ଥିଲେ ।

କନୱାର ସିଂଙ୍କୁ ହତ୍ୟା ମାମଲାରେ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ତାଙ୍କୁ ଜୁଲାଇ 6, 2018 ରେ ଜେଲରେ ଭର୍ତ୍ତି କରାଯାଇଥିଲା । ସେ ମାଣ୍ଡୋଲି ଜେଲର ସିନିୟର ସିଟିଜେନ୍ ବାରାକରେ ରହିଥିଲେ ଏବଂ ତାଙ୍କ ସହ ସମାନ ବାରକ୍‌ପେ ଅନ୍ୟ 28 ଜଣ ଅନ୍ତେବାସୀ ମଧ୍ୟ ରହୁଥିଲେ ।

ଜୁନ୍‌ 15ରେ ସେ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହାପରେ ତାଙ୍କର ଏପରି ଅଚାନକ ମୃତ୍ୟୁର କୌଣସି କାରଣ କାରଣ ସ୍ପଷ୍ଟ ହୋଇନଥିଲ । ଫଳରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତି ବଢିଥିଲା । ପରେ ମୃତ ଶରୀରର କୋରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜେଟିଭ ଆସିଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ଜୁଲାଇ 21 ସୁଦ୍ଧା, ଦିଲ୍ଲୀ କାରାଗାରରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ କୋରୋନାଭାଇରସ୍ ମାମଲା 23 ରେ ପହଞ୍ଚିଛି । ଏହି 16ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛି।

ସେହିପରି ଜେଲ କର୍ମଚାରୀଙ୍କ ମଧ୍ୟରେ 45 ମାମଲା ଚିହ୍ନଟ ହୋଇଥିବା ବେଳେ 7 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.