ETV Bharat / bharat

ବର୍ଷା ଯୋଗୁଁ ଦିଲ୍ଲୀରେ ସୁଧୁରୁଛି ପ୍ରଦୂଷଣ ସ୍ଥିତି - delhi pollution level

ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ସନ୍ତୋଷଜନକ ସ୍ଥିତିରେ ରହିଛି । ମଙ୍ଗଳବାର ସକାଳେ ରେକର୍ଡ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 72 ରହିଛି । ଯାହା ସନ୍ତୋଷଜନକ ରିପୋର୍ଟ ବୋଲି ମନେ କରାଯାଉଛି । ଅଧିକ ପଢନ୍ତୁ...

ବର୍ଷା ଯୋଗୁଁ ଦିଲ୍ଲୀରେ ସୁଧୁରୁଛି ପ୍ରଦୂଷଣ ସ୍ଥିତି

author img

By

Published : Sep 8, 2020, 2:46 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ସନ୍ତୋଷଜନକ ସ୍ଥିତିରେ ରହିଛି । ମଙ୍ଗଳବାର ସକାଳେ ରେକର୍ଡ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 72 ରହିଛି । ଯାହା ସନ୍ତୋଷଜନକ ରିପୋର୍ଟ ବୋଲି ମନେ କରାଯାଉଛି । ଏଥିସହ ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭାବେ ବିବେଚିତ ଆନନ୍ଦ ବିହାର ଓ ଅଲ୍ଲୀପୁରର ଏୟାର କ୍ବାଲିଟି ଇଣ୍ଡେକ୍ସ 84 ଏବଂ 74 ରେକର୍ଡ କରାଯାଇଛି ।

ବର୍ଷା ଯୋଗୁଁ ଦିଲ୍ଲୀରେ ସୁଧୁରୁଛି ପ୍ରଦୂଷଣ ସ୍ଥିତି

ତେବେ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ କହିବାନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତର ସନ୍ତୋଷଜନକ ରହିବ । ଏଥିସହ ଗତ କିଛି ଦିନ ଧରି ଦିଲ୍ଲୀରେ ମୌସୁମୀ ବି ସକ୍ରିୟ ରହିଛି । ଯେଉଁକାରଣରୁ ରାଜଧାନୀରେ କ୍ରମାଗତ ଭାବେ ବର୍ଷା ଲାଗି ରହିଛି । ତେବେ ବର୍ଷା କାରଣରୁ ପ୍ରଦୂଷଣର ଦୀର୍ଘ ସମୟ ଧରି ବାୟୁରେ ରହିପାରୁନାହିଁ । ଫଳରେ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି ।

ଏହି କ୍ରମରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଯଥା ଅଲୀପୁରରେ ଏୟାର କ୍ବାଲିଟି 74 ଥିବାବେଳେ ଆନନ୍ଦବିହାରରେ 84, ଅଶୋକ ବିହାରରେ 72, ଆୟା ନଗରରେ 52, ବବାନାରେ 73, ମଥୁରା ରୋଡରେ 86, ଡିଟିୟୁରେ 92, ଏୟରାପୋର୍ଟରେ 59, ଦିଲସାଦ ଗାର୍ଡେନରେ 92, ଆଇଟିଓରେ 40, ଜାହାଙ୍ଗୀରପୁରୀରେ 86, ଲୋଧୀ ରୋଡରେ 54, ମନ୍ଦିର ମାର୍ଗରେ 67 ନରେଲାରେ 71, ନେହେରୁ ନଗରରେ 57, ନର୍ଥ କ୍ୟାମ୍ପସରେ 54, ପଞ୍ଜାବୀ ବାଗରେ 76 ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.