ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜ ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଶୁକ୍ରବାର ପାଖାପାଖି ଆଉ 12 ଟି ନୂଆ ଚାର୍ଜସିଟ ଦାଖଲ କରିଛି । ଏହାକୁ ମିଶାଇ 36ଟି ଦେଶର 956 ଜଣ ବିଦେଶୀଙ୍କ ବିରୋଧରେ 59ଟି ଚାର୍ଜସିଟ ଦାଖଲ ହୋଇଛି ।
ସୂତ୍ରରୁ ପ୍ରକାଶ ଯେ ଏହି ନୂତନ ଚାର୍ଜସିଟ 41ଜଣ ବିଦେଶୀଙ୍କ ବିରୋଧରେ ଦାଖଲ ହୋଇଛି । ଯେଉଁମାନେ 12 ଟି ଭିନ୍ନ ଭିନ୍ନ ଦେଶରୁ ରହିଛନ୍ତି । ଭିସା ନିୟମ ଏବଂ ବିଭିନ୍ନ ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରଯାଇଛି । ଏହା ପଛରେ ଦିଲ୍ଲୀର ବଙ୍ଗଳାୱାଲୀ ମସଜିଦ୍, ହଜରତ ନିଜାମୁଦ୍ଦିନ, ମର୍କଜ ମ୍ୟାନେଜରଙ୍କ ହାତ ଥିବା ନେଇ ସୂଚନା ରହିଛି ।
ତଦନ୍ତ ସମୟରେ ମେ’ 26, 27 ଏବଂ 28 ତାରିଖରେ କୋର୍ଟରେ 915 ଜଣ ବିଦେଶୀଙ୍କ ବିରୋଧରେ 47 ଟି ଚାର୍ଜସିଟ୍ ଦାଖଲ ହୋଇସାରିଛି । ସୂଚନା ଥାଉକି କୋରୋନା ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସରକାର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଏଠାରେ ବିଭିନ୍ନ ରାଜ୍ୟ ଏବଂ ବିଦେଶକୁ ମଧ୍ୟ ଅନେକ ମୁସଲିମ ସମ୍ପ୍ରଦାୟ ଏଠାରେ ଯୋଗ ଦେଇଥିଲେ । ଏବଂ କିଛି ଦିନ ପରେ କୋରୋନା ବହୁମାତ୍ରାରେ ବ୍ୟାପିବାରେ ଲାଗିଲା ।