ETV Bharat / bharat

ଦିଲ୍ଲୀରେ ବଡ ଧରଣର ବିସ୍ଫୋରଣ ଯୋଜନା କରିଥିଲା ସନ୍ଦିଗ୍ଧ ଆଇଏସ ଆତଙ୍କୀ

author img

By

Published : Aug 22, 2020, 7:19 PM IST

ଦିଲ୍ଲୀରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀ ୟୁସୁଫ ଦିଲ୍ଲୀର କୌଣସି ଜନଗହଳି ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା ବୋଲି ପୋଲିସକୁ କହିଛି ।

ଦିଲ୍ଲୀରେ ବଡ ଧରଣର ବିସ୍ଫୋରଣ ଯୋଜନା କରିଥିଲା ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀ ୟୁସୁଫକୁ ପଚରାଉଚରା ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟର ପର୍ଦ୍ଦାଫାଶ ହୋଇଛି । ସେ ଦିଲ୍ଲୀର କୌଣସି ଜନଗହଳି ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା ବୋଲି ପୋଲିସକୁ କହିଛି । ଏଥିପାଇଁ ସେ କିଛି ଜନଗହଳି ପୂର୍ଣ୍ଣ ସ୍ଥାନ ଚିହ୍ନଟ ମଧ୍ୟ କରିଥିଲା । ସେ ଏହା ମଧ୍ୟ କହିଛି ଯେ, ସେ ନିଜ ଗାଁ ଶ୍ମଶାନରେ ଆଇଇଡି ବିସ୍ଫୋରଣର ପରୀକ୍ଷା କରିଥିଲା । ସେ ଏକ ଆତ୍ମଘାତୀ ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ଥିଲା । ତେବେ ସେ କେଉଁଠାରେ ଆକ୍ରମଣ କରିଥାନ୍ତା ତାହା ତାକୁ କୁହାଯାଇ ନଥିଲା ବୋଲି ୟୁସୁଫ କହିଛି ।

ଡିସିପି ପ୍ରମୋଦ କୁଶୱାହଙ୍କ କହିବାନୁସାରେ, ସନ୍ଦିଗ୍ଧ ଆତଙ୍କବାଦୀ ନିଜ ଗାଁରେ ପ୍ଲାଷ୍ଟର ଅଫ ପ୍ୟାରିସରେ କାମ କରୁଥିଲେ । 2006 ରେ, ସେ ସମାନ କାମ ପାଇଁ ସାଉଦି ଆରବ ଯାଇଥିଲା । ସେଠାରୁ ସେ 2010ରେ ଭାରତ ଫେରିଥିଲେ । ସେବେଠାରୁ ସେ ଗାଁରେ କାମ କରୁଥିଲେ। ସେ ନିଜ ଘରେ ଏକ ଦୋକାନ ଖୋଲିଥିଲା । ପତ୍ନୀସହ ତା ପରିବାରରେ ଚାରି ସନ୍ତାନ ଅଛନ୍ତି ।

ଅଭିଯୁକ୍ତ ଦିଲ୍ଲୀ ପୋଲିସକୁ କହିଛି ଯେ, 2015 ରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଆଇଏସ ସହ ଯୋଗାଯୋଗ କରିଥିଲା। ସେ ପ୍ରଥମେ ୟୁସୁଫ ଅଲ ହିନ୍ଦୀ ସହିତ ଯୋଗାଯୋଗ କରିଥିଲା। ତା ସହ ବାର୍ତ୍ତାଳାପ ପରେ ସେ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ବହୁତ ପ୍ରଭାବିତ ହୋଇଥିଲୋ। ଏହା ପରେ ସେ ୟୁସୁଫ ଅଲ ହିନ୍ଦୀ ନିର୍ଦ୍ଦେଶରେ କାମ କରୁଥିଲା । ତେବେ କିଛି ସମୟ ପରେ ସିରିଆରେ ୟୁସୁଫକୁ ହତ୍ୟା କରାଯାଇଥିଲା। ଏହା ପରେ ସେ ବୁ ହାଜାଫା ଅଲ-ପାକିସ୍ତାନୀ ସହିତ ଯୋଗାଯୋଗ କରିଥିଲା। ଗତ ବର୍ଷ ଡ୍ରୋନ୍ ଆକ୍ରମଣରେ ବୁ ହାଜାଫା ଅଲ-ପାକିସ୍ତାନୀ ମଧ୍ୟ ନିହତ ହୋଇଥିଲେ। ସେବେଠାରୁ ସେ ଜଣେ ନୂତନ ହ୍ୟାଣ୍ଡେଲରର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା ।

ତେବେ ଦିଲ୍ଲୀରେ ବିସ୍ଫୋରଣ ଘଟାଇବା ପାଇଁ ତାକୁ ନିର୍ଦ୍ଦେଶ ମିଳିଥିବା ଅଭିଯୁକ୍ତ ପୋଲିସକୁ କହିଛି। ଏଥିପାଇଁ ସେ କିଛି ଦିନ ପୂର୍ବରୁ ଆଇଇଡିର ହାଲୁକା ଉପକରଣ ତିଆରି କରି ନିଜ ଗାଁର ଏକ ଶ୍ମଶାନରେ ପରୀକ୍ଷା କରିଥିଲା । ସୁରକ୍ଷା କାରଣରୁ ସେ ଅଗଷ୍ଟ 15ରେ ଦିଲ୍ଲୀ ଆସିପାରିନଥିଲା । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସୁରକ୍ଷା ବ୍ୟବସ୍ଥା କୋହଳ ହୋଇଯାଇଥିବ ବୋଲି ସେ ଅନୁଭବ କରିଥିଲା ଏବଂ ବର୍ତ୍ତମାନ ଦିଲ୍ଲୀ ଆସିଥିଲା ବୋଲି ୟୁସୁଫ କହିଛି ।

ଅଭିଯୁକ୍ତକୁ କୋର୍ଟରେ ଉପସ୍ଥାପନ କରିବା ପରେ ପୋଲିସ ତାକୁ ଆଠ ଦିନ ରିମାଣ୍ଡରେ ନେଇଛି। ପୋଲିସ ଟିମ୍ ତାକୁ ଉତ୍ତର ପ୍ରଦେଶର ବଳରାମପୁରସ୍ଥିତ ଘରକୁ ନେଇଛି ଯେଉଁଠାରେ ତାକୁ ଅଧିକ ପଚାରାଉଚାରା କରାଯିବ। ତା ସହ ଜଡିତ ଅନ୍ୟ ଲୋକଙ୍କ ବିଷୟରେ ମଧ୍ୟ ପଚରାଉଚରା କରାଯାଉଛି। ଏହା ବ୍ୟତୀତ ପୋଲିସ ତା ହ୍ୟାଣ୍ଡଲର ବିଷୟରେ ମଧ୍ୟ ସୂଚନା ସଂଗ୍ରହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.