ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ନିର୍ଦ୍ଧାରିତ ସମୟର ପ୍ରଣାଳୀ ବା ରିଅଲ ଟାଇମ ଘୋଷଣା କରିବା ସହ ଏକ ଡ୍ରୋନ ଲଞ୍ଚ କରିଛି । ଯାହା ଦକ୍ଷିଣ ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ଦୂରତା ଏବଂ ରାତିର ସଜାଗ ରହିବା ସୁବିଧା ବଜାୟ ରଖିବାକୁ ନିର୍ଦ୍ଦେଶ ଦେବ ।
ରାଜଧାନୀର ଦକ୍ଷିଣ ଦିଲ୍ଲୀ ଜିଲ୍ଲାରେ ତିନୋଟି ଡ୍ରୋନ୍ ନିୟୋଜିତ କରାଯାଇଛି । ଅଧିକାରୀ କହିଛନ୍ତିଯେ, ଏହି ଡ୍ରୋନରେ ରେକର୍ଡିଂ ସହିତ ହାଇରିଜୋଲ୍ୟୁସନ କ୍ୟାମେରା ଲଗାଯାଇଛି । ଲୋକଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବା, ଘର ଭିତରେ ରହିବା ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ ରିଅଲ ଟାଇମ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ରହିଛି ବୋଲି ଡେପୁଟି କମିଶନର ପୋଲିସ (ଦକ୍ଷିଣ) ଅତୁଲ କୁମାର ଠାକୁର କହିଛନ୍ତି।
ସେ କହିଛନ୍ତି ଯେ, ଏଥିରେ ନାଇଟ୍ ଭିଜନ କ୍ୟାମେରା ଏବଂ ଉଚ୍ଚ ତୀବ୍ରତା ଆଲୋକ ଉତ୍ସ ରହିଛି । ଯାହା କି ରାତି ସମୟରେ ମଧ୍ୟ 8 କିମି ପର୍ଯ୍ୟନ୍ତ କୌଣସି ସମାବେଶକୁ ଚିହ୍ନଟ କରିବାର କ୍ଷମତା ରଖିଥାଏ ।