ETV Bharat / bharat

ଜେଏନୟୁ ହିଂସା: ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଚିହ୍ନଟ କଲା ଦିଲ୍ଲୀ ପୋଲିସ - ଜେଏନୟୁ ହିଂସାକାଣ୍ଡ ମାମଲା

ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ପୋଲିସ କିଛି ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଚିହ୍ନଟ କରିଛି।

delhi-police-identified-some-masked-persons
ଫାଇଲ ଫଟୋ
author img

By

Published : Jan 10, 2020, 4:53 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ସଫଳତା। ଜେଏନୟୁ କ୍ୟାମ୍ପସରେ ଆକ୍ରମଣ କରିଥିବା ମୁଖାପିନ୍ଧା ଦୁର୍ବୃତ୍ତ ଚିହ୍ନଟ ହୋଇଛି। ଏହି ମୁଖାପିନ୍ଧା ଦୁର୍ବୁତ୍ତଙ୍କ ମଧ୍ୟରୁ କେତେଜଣଙ୍କୁ ଦିଲ୍ଲୀ ପୋଲିସ ଚିହ୍ନଟ କରିଥିବା ଜଣାପଡିଛି। ଏନେଇ ଆଜି ଅପରାହ୍ନ 4ଟା ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ଦୁର୍ବୁତ୍ତଙ୍କ ବାବଦରେ କିଛି ବଡ ଖୁଲାସା କରାଯାଇପାରେ।

କ୍ରାଇମବ୍ରାଞ୍ଚ 5 ଜଣ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଚିହ୍ନଟ କରିଥିବା ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରକାଶ। ଏହା ପୂର୍ବରୁ ପୋଲିସ 3ଜଣ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମ୍ବନ୍ଧରେ ସୂଚନା ମିଳିଥିବା କହିଥିଲା। ହେଲେ ଏବେ ସୁଦ୍ଧା ପୋଲିସ ଏହି ମାମଲାରେ କାହାକୁ ଗିରଫ କରିନାହିଁ।

ଜାନୁଆରୀ 5 ତାରିଖରେ କିଛି ମୁଖାପିନ୍ଧା ଦୁର୍ବୁତ୍ତ ଜେଏନୟୁ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷ ଆଇଶି ଘୋଷ ସମେତ କିଛି ଛାତ୍ର ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଦେଶବ୍ୟାପୀ ଆନ୍ଦୋଳନ ଜୋର ଧରିଛି। ଜେଏନୟୁ ଛାତ୍ରଙ୍କ ସମର୍ଥନରେ ଦେଶର ଅନ୍ୟ ବିଶ୍ବବିଦ୍ୟାୟରେ ଆନ୍ଦୋଳନ କରାଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.