ETV Bharat / bharat

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ - Delhi Police

ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ 30 ବର୍ଷୀୟ ଜଣେ ଯୁବକଙ୍କୁ ତାଙ୍କ ସର୍ଭିସ ରିଭଲଭର ସାହାଯ୍ୟରେ ଗୁଳି କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଢନ୍ତୁ...

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ

author img

By

Published : Aug 20, 2020, 6:38 PM IST

ନୂଆଦିଲ୍ଲୀ: ସାମାନ୍ୟ ଝଗଡାରୁ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ 30 ବର୍ଷୀୟ ଜଣେ ଯୁବକଙ୍କୁ ତାଙ୍କ ସର୍ଭିସ ରିଭଲଭର ସାହାଯ୍ୟରେ ଗୁଳି କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣା ପରେ ଶାହାବାଦ ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ କନେଷ୍ଟବଳ ସୁରେନ୍ଦ୍ରଙ୍କୁ ନିଜ ପଦରୁ ବହିଷ୍କାର କରାଯାଇଛି ।

ପୋଲିର ସୂଚନା ଅନୁଯାୟୀ ଗୁରୁବାର ସକାଳେ ବୁଦ୍ଧ ବିହାର ଅଞ୍ଚଳର ଏକ ହୋଟେଲ ନିକଟରେ ହେଡ କନେଷ୍ଟବଳ ସୁରେନ୍ଦ୍ର ରାତି ସିଫ୍ଟ ଶେଷ କରିବା ପରେ ଘରକୁ ଫେରୁଥିଲେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ସୁରେନ୍ଦ୍ର ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ବାରକା ମୋଡଠାରେ ଜିମ ଚଳାଉଥିବା ଦୀପକ ଗେହଲଟ ନାମକ ଜଣେ ବ୍ୟକ୍ତିଙ୍କ ସହ କାରକୁ ଫେରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସୁରେନ୍ଦ୍ର ନିଜ ସର୍ଭିସ ରିଭଲଭର ସାହାଯ୍ୟରେ ଦୀପକ ଗେହଲଟଙ୍କୁ ଗୁଳି କରିଥିଲେ। ଅଧିକାରୀ କହିଛନ୍ତି ଯେ ଆହତ ଅବସ୍ଥାରେ ଦୀପକ ଗେହଲଟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଡେପୁଟି କମିଶନର ପୋଲିସ (ରୋହିଣୀ) ପି. ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ କନେଷ୍ଟବଳ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହା ସହିତ ତାଙ୍କୁ ସେବାରୁ ବହିଷ୍କାର କରାଯାଇଛି। ତେବେ ତାଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ହତ୍ୟା ପଛର କାରଣ ଏଯାଏଁ ଜଣାପଡିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.