ETV Bharat / bharat

ତିସ୍ ହଜାରୀ କୋର୍ଟ ବିବାଦ: 11 ଘଣ୍ଚା ପରେ ଧାରଣାରୁ ଓହରିଲା ଦିଲ୍ଲୀ ପୋଲିସ - ତିସ୍ ହଜାରୀ କୋର୍ଟ ବିବାଦ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତ ଶନିବାର ତିସ୍ ହଜାରୀ କୋର୍ଟ ବିବାଦରେ ଦୀର୍ଘ 11 ଘଣ୍ଟା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପରେ ଦିଲ୍ଲୀ ପୋଲିସ ଧାରଣାରୁ ଓହରିଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 5, 2019, 10:10 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତ ଶନିବାର ତିସ୍ ହଜାରୀ କୋର୍ଟ ବିବାଦରେ ଦୀର୍ଘ 11 ଘଣ୍ଟା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପରେ ଦିଲ୍ଲୀ ପୋଲିସ ଧାରଣାରୁ ଓହରିଛି । ଦକ୍ଷିଣାଞ୍ଚଳ ରେଞ୍ଜର ଯୁଗ୍ମ ପୋଲିସ କମିଶନର ଦେବେଶ ଶ୍ରୀବାସ୍ତବ ଏନେଇ ସୂଚନା ଦେଇଛନ୍ତି । ପୋଲିସ କର୍ମୀଙ୍କ ସମସ୍ତ ସର୍ତ୍ତ ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଛନ୍ତି ଦିଲ୍ଲୀ ପୋଲିସ ।

ମଙ୍ଗଳବାର ସମସ୍ତ ପୋଲିସ କର୍ମଚାରୀଙ୍କୁ ଦିଲ୍ଲୀ ସ୍ବତନ୍ତ୍ର ପୋଲିସ କମିଶନର ସତୀଶ ଗୋଲଚାଙ୍କ ତିସ୍ ହଜାରି କୋର୍ଟ ଗଣ୍ଡଗୋଳରେ ଆହତ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ନେଇ ଘୋଷଣା କରିଥିଲେ । ନ୍ୟାୟ ପାଇବା ଉପରେ ପ୍ରତିଶ୍ରୃତି ମିଳିବା ପରେ ଧାରଣାରୁ ଓହରିଛନ୍ତି ପୋଲିସ କର୍ମୀ ।

ଏଠାରେ ସୂଚନା ଯୋଗ୍ୟ ଯେ ଦିଲ୍ଲୀ ତିସ୍ ହଜାରୀ କୋର୍ଟ ବାହାରେ ଗତ ଶନିବାର ଦିନ ପୋଲିସ-ଓକିଲଙ୍କ ମୁହାଁମୁହିଁ ହୋଇଥିଲେ । ଗତ ତିନିଦିନ ଧରି ସାରା ଦେଶର ଓକିଲ ସଂଘ ଏହି ଘଟଣାକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏହି ଘଟଣା ଭିନ୍ନ ଏକ ମୋଡ ନେଇଥିଲା । ଜଣେ ପୋଲିସଙ୍କୁ ଓକିଲଙ୍କ ମରଣାନ୍ତ ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ଦିଲ୍ଲୀ ପୋଲିସ ଦେଖାଇଥିଲା କଡା ଆଭିମୁଖ୍ୟ ।

ମଙ୍ଗଳବାର ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ପୋଲିସ କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ସେମାନଙ୍କ ପରିବାରବର୍ଗ ସାମିଲ ହେବା ସହ ଆଇଏସ ସଙ୍ଗଠନ, ଆଇପିଏସ ଓ ବିଭିନ୍ନ ରାଜ୍ୟର ପୋଲିସ ସଂଘ ଦିଲ୍ଲୀ ପୋଲିସକୁ ସମର୍ଥନ କରିଥିଲା।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.