ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ଦେଶକୁ ଲକ ଡାଉନ କରାଯାଇଛି । ଯାହାକୁ ନେଇ ଦେଶରେ ସମସ୍ତ ବ୍ୟବସାୟ ଓ ଯାତାୟତ ଏକପ୍ରକାର ଠପ ହୋଇଯାଇଛି । ଯାହାର ବେଶି ପ୍ରଭାବ ଦେଖାଦେଇଛି ନିମ୍ନ ବା ଗରିବ ଶ୍ରେଣୀ ଲୋକଙ୍କ ପାଖରେ ।
ସମସ୍ତ ରାଜ୍ୟରେ କାମ ବନ୍ଦ ହୋଇଯିବାରୁ ଦିନ ମଜୁରିଆ ମାନେ କାମକୁ ଜାଇପାରୁନାହାନ୍ତି ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଅତି କଷ୍ଟସାଧ୍ୟ ହୋଇପଡୁଛି । ଯାହାଦ୍ବାରା ଓଳିଏ ଖାଇବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଉପଯୁକ୍ତ ପରିମାଣର ଖାଦ୍ୟ ନାହିଁ ।
ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ସହଯୋଗର ହାତବଢାଇଛି । ପଶ୍ଚିମ ଦିଲ୍ଲୀର ଅଭାବୀ ଲୋକମାନଙ୍କ ପହଞ୍ଚି ସେମାନଙ୍କ ମଧ୍ୟରେ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିଛି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ପୋଲିର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।