ନୂଆଦିଲ୍ଲୀ: ହଟିଲା ଶାହୀନବାଗ୍ ଆନ୍ଦୋଳନ । କୋରୋନା ସତର୍କତା ଲାଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ହଟାଇବା ସହ ସେଠାରେ ଲାଗିଥିବା ତମ୍ବୁକୁ ଖୋଲିଦେଇଛି । ଫଳରେ ଦୀର୍ଘ 3 ମାସରୁ ଅଧିକ ସମୟ ଧରି ଦିଆଯାଇଥିବା ଧାରଣା ଶେଷରେ ହଟିଛି। ଏହାସହ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସିଏଏକୁ ବିରୋଧ କରି ଶାହୀନବାଗ୍ରେ ଲୋକେ ଧାରଣା ଦେଇଥିଲେ । ଏପରିକି ଲୋକେ ରାସ୍ତା ଜାମ୍ କରି ରାସ୍ତା ଉପରେ ବସିଥିଲେ ଫଳରେ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହେଉଥିଲା । ତେବେ କୋରୋନା ସତର୍କତା ପାଇଁ ଦିଲ୍ଲୀକୁ ଲକ୍ଡାଉନ୍ ଘୋଷଣା କରାଯିବା ପରେ ଶାହୀନବାଗ୍ରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ଲାଗି ପ୍ରଶାସନ ଉଦ୍ୟମ କରିଥିଲା ।
ହେଲେ ସେମାନେ ହଟିନଥିବାରୁ ମଙ୍ଗଳବାର ସକାଳୁ ସକାଳୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରଦର୍ଶନକାରୀଙ୍କୁ ସେଠାରୁ ହଟାଇ ଦିଆଯାଇଛି । ସୂଚନାଥାଉକି, କିଛି ଲୋକ ଲକ୍ଡାଉନ୍କୁ ମାନୁନଥିବା ବୋଲି କହି ଏହାକୁ ଗମ୍ଭୀରତାର ସହ ନେବାକୁ ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ