ETV Bharat / bharat

କୋରୋନା ଗାଇଡ ଲାଇନ ଉଲଘଂନ କରି ଫସିଲେ ଏଏସଆଇ

କୋରୋନା ଗାଇଡ ଲାଇନ ଉଲଘଂନ କରି ଫସିଲେ ଏଏସଆଇ । ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ବ କଟକଣା ନ ମାନିବା ଯୋଗୁଁ ନିଲମ୍ବିତ ହେଲେ ଏଏସଆଇ। ଅଧିକ ପଢନ୍ତୁ...

author img

By

Published : Jun 5, 2020, 1:42 PM IST

Delhi Police ASI suspended for not wearing mask, violating social distancing norms
କୋରୋନା ଗାଇଡ ଲାଇନ ଉଲଘଂନ କରି ଫସିଲେ ଏଏସଆଇ

ନୂଆଦିଲ୍ଲୀ : ମହଙ୍ଗା ପଡିଲା ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ବ ନ ରଖିବା । ମାସ୍କ ନ ପିନ୍ଧିବା ଯୋଗୁଁ ଦିଲ୍ଲୀ ଆର୍ମରଡ ପୋଲିସ ଫୋର୍ସର ଚତୁର୍ଥ ବାଟାଲିୟନର ଜଣେ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଦିଲ୍ଲୀ ଆର୍ମରଡ ପୋଲିସ ଫୋର୍ସର ଚତୁର୍ଥ ବାଟାଲିୟନର ଡେପୁଟି କମିଶନର ସତ୍ୟବୀର କାଟାରା କହିଛନ୍ତି ଯେ ମାସ୍କ ନ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ ଏଏସଆଇକୁ ନିଲମ୍ବିତ କରାଯାଇଛି । ତେବେ, ଏହି ଘଟଣାର ତହନ୍ତ ଚାଲିଛି ।

ତେବେ ଏନେଇ ଜୁନ 1 ତାରିଖରେ ବାଟାଲିୟନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ବିଭାଗୀୟ ଅଧିକାରୀ । ଯେଉଁଠାରେ ସେ ଦେଖିବାକୁ ପାଇଥିଲେ ଯେ, ଏଏସଆଇ ଜଣକ କାର୍ଯ୍ୟାଳୟରେ ମାସ୍କ ନ ପିନ୍ଧି ସାମାଜିକ ଦୂରତା ନ ରକ୍ଷା କରି କାର୍ଯ୍ୟ କରୁଛନ୍ତି । ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.