ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଦିଲ୍ଲୀ ପୋଲିସକୁ ବଡ ସଫଳତା । ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମୁଦାସୀର ଅହମ୍ମଦ ଖାନଙ୍କ ନିକଟତର ସହଯୋଗୀ ସାଜିଦ ଖାନକୁ ଗିରଫ କରିଛି ପୋଲିସ । ଗତ ଗୁରୁବାର ରାଜଧାନୀର ଲାଲକିଲ୍ଲା ଅଞ୍ଚଳରୁ ଗିରଫ କରିଛି ପୋଲିସ ।
ସୂଚନାଅନୁସାରେ, ସାଜିଦ ଖାନ ଜମ୍ମୁ-କାଶ୍ମୀର ବୋଲି ଜଣାପଡିଛି । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦରନିକଟତର ଥିଲା ସାଜିଦ। ପୁଲୱାମାରେ ସିଆରପିଏଫଙ୍କ ବସ ଉପରେ ହୋଇଥିବା ଆକ୍ରମଣ ବିଷୟରେ ତାକୁ ସମସ୍ତ ସୂଚନା ଥିଲା। ସାଜିଦ ଚଳିତ ମାସ ଆରମ୍ଭରେ ସେନାର ସର୍ଚ୍ଚ ଅପରେସନରେ ନିହତ ହୋଇଥିଲା ମୁଦାସୀର। ମୁଦାସୀର ଅହମଦ ସାଜିଦ ଖାନକୁ ଦିଲ୍ଲୀର ଏକ ସ୍ଲିପର ସେଲ ସ୍ଥାପିତ କରିବା ନେଇ ଦାୟିତ୍ବ ଦେଇଥିଲେ।
ସାଜିଦ ଖାନର 2 ଭାଇ ମଧ୍ୟ ଆତଙ୍କୀ ଥିବା ବେଳେ ସେନାଙ୍କ ଏନକାଉଣ୍ଟରେ ନିହତ ହୋଇଥିଲେ । ବାଲାକୋଟ ଆକ୍ରମଣ ପାଇଁ ଆତଙ୍କୀ ଚେଷ୍ଟା କରୁଥିବା ବେଳେ ଦିଲ୍ଲୀରେ ଆକ୍ରମଣ ହେବା ନେଇ ଗୁଇନ୍ଦାକୁ ସୂଚନା ମିଳିଥିଲା । ସେପଟେ, ପୁଲୱାମା ଆକ୍ରମଣରେ ମୁଦାସୀର ଅହମଦ ଓ ପାକିସ୍ତାନୀ ଆତଙ୍କୀ ୟାସିର ଆପ୍ ଦ୍ବାରା କଥାବାର୍ତ୍ତା ହେଉଥିବାର ପୋଲିସ ଆଗରେ ଖୁଲାସ କରିଛି ସାଜିଦ।