ନୂଆଦିଲ୍ଲୀ: ଆରମ୍ଭ ହେଲା ମିଶନ 'ଆୟୁର୍ଖା'। ଏଥିରେ 80 ହଜାର ପୋଲିସଙ୍କୁ ଦିଆଯିବ ଆୟୁର୍ବେଦ ମେଡିସିନ। ଆୟୁସ ମନ୍ତ୍ରଣାଳୟ ଓ ଦିଲ୍ଲୀ ପୋଲିସର ମିଳିତ ପ୍ରୟାସରେ ଏହାକୁ ଆରମ୍ଭ କରାଯାଇଛି।କୋରୋନା ହଟସ୍ପଟ ଦିଲ୍ଲୀରେ କୋରୋନା ଯୋଦ୍ଧା ଭାବେ ଲଢୁଥିବା ଆଗଧାଡିର ପୋଲିସ କର୍ମୀଙ୍କ ସତର୍କତା ପଦକ୍ଷେପ ସ୍ବରୂପ ଏହି ମେଡିସିନ ଯୋଗାଇ ଦିଆଯିବ।
ଏନେଇ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଏବଂ ଦିଲ୍ଲୀ ପୋଲିସ୍ ମିଳିତ ଭାବେ ଆଜି ପୋଲିସ୍ କର୍ମଚାରୀଙ୍କ ପାଇଁ 'ଆୟୁର୍ଖା' ଆରମ୍ଭ କରିଛି। ତେବେ ଏପରି ଅଭିନବ ପ୍ରୟାସ ଉପରେ ଦିଲ୍ଲୀ ପୋଲିସ ଏକ ଟୁଇଟ୍ ମାଧ୍ୟମରେ ଉଲ୍ଲେଖ କରାଯାଇଛି।
ଏହାସହ କରୋନା ସେ ଜଙ୍ଗ, ଦିଲ୍ଲୀ ପୋଲିସ୍ କେ ସଙ୍ଗ ଲଢିବା ପାଇଁ ଏହା ଉଦ୍ଦିଷ୍ଟ। ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ଆୟୁଷ ଏବଂଏଆଇଆଇଏ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଶଂସା କରିଛନ୍ତି।