ETV Bharat / bharat

ଦିଲ୍ଲୀରେ ଆହୁରୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକତା ରହିଛି:ସ୍ବାସ୍ଥ୍ୟମନ୍ତ୍ରୀ - delhi needs more stringent action

ସମଗ୍ର ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହାମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଚିନ୍ତା ପ୍ରକଟ କରିଛନ୍ତି ।

_corona
ଦିଲ୍ଲୀରେ ଆହୁରୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକତା ରହିଛି
author img

By

Published : May 5, 2020, 7:02 AM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହାମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଚିନ୍ତା ପ୍ରକଟ କରିଛନ୍ତି ।

ସେ କହିଛନ୍ତି, କୋରୋନା ଭାଇରସକୁ ନେଇ ବର୍ତ୍ତମାନ ଦିଲ୍ଲୀର ଯାହା ସ୍ଥିତି ଅଛି ସେଠାରେ ଆହୁରୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକତା ରହିଛି । ଏଥିସହ ସେ କହିଛନ୍ତି, ଦିଲ୍ଲୀରେ ଅଧିକ କଣ କରିବା ଆବଶ୍ୟକ ତାକୁ ନେଇ ମୁଁ ମନ୍ତବ୍ୟ ଦେବା ଉଚିତ୍ ନୁହେଁ । କାରଣ ଏହାକୁ ନେଇ ରାଜନୀତି ହୋଇପାରେ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ନେଇ ଦିଲ୍ଲୀ କୋରୋନା ମୁକାବିଲା ପାଇଁ ଆହୁରୀ କଡା ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଁ ବ୍ୟକ୍ତିଗତ ଭାବେ ଭାବୁଛି । ଏହାଛଡା ଦିଲ୍ଲୀ ସରକାର ଲକଡାଉନ ମଧ୍ୟରେ ଯଥେଷ୍ଟ ଛାଡ ଦେଇଛନ୍ତି ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି ।

ତେବେ ଗତ ରବିବାର ଦିଲ୍ଲୀ ସରକାର ଲକଡାଉନ ମଧ୍ୟରେ କଣ କଣ ଖୋଲା ରହିବ ସେନେଇ ଏକ ଘୋଷଣା କରିଥିଲ । ତେବେ ମେ 4 ପରଠାରୁ ମଦ ଦୋକାନ ଆଦି ଖୋଲା ରହିବା ସହ ଯେଉଁ କମ୍ପାନୀ ଡ୍ରଗ, ଫାର୍ମାସ୍ୟୁକ୍ଟିକାଲ ଆଦି ଉତ୍ପାଦନ କରୁଥିବ ଉକ୍ତ କମ୍ପାନୀ ଖୋଲା ରହିବ । ଏଥିସହ ରାଜ୍ୟରେ ସମସ୍ତ ସରକାରୀ ଅଫିସ 33 ପ୍ରତିଶତ ଆଟେଣ୍ଡାନ୍ସ ସହ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ କୋରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଭାରତର କୋରୋନା ମୃତ୍ୟୁ ହାର 3.2 ପ୍ରତିଶତ ବିଶ୍ବର ସର୍ବନିମ୍ନ ଅଟେ । ଆମେ ଏକ ପ୍ରୋ-ଆକ୍ଟିଭ, ପ୍ରି-ଏମ୍ଟିଭ ଏବଂ ଗ୍ରାଣ୍ଟେଡ ଉପାୟ ଆପଣାଇଛୁ । ଏଥିସହ କୋରୋନା ପରୀକ୍ଷଣରେ ଆମେ ଉନ୍ନତି ଆଣିଛୁ ଏବଂ ବିଭିନ୍ନ ଜୋନରେ କୋରୋନା ରୋକିବାକୁ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.