ନୂଆଦିଲ୍ଲୀ: ମ୍ୟୁନିସିପାଲିଟି କର୍ପୋରେସନ ଅଧୀନରେ ଥିବା ଡାକ୍ତରଖାନାର ଡାକ୍ତରମାନଙ୍କର ଏକ ସଙ୍ଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି ଯେ, ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଡାକ୍ତରଖାନାର ଡାକ୍ତରମାନେ ଗତ ତିନିମାସ ଧରି ସେମାନଙ୍କ ଦରମା ପାଇନାହାଁନ୍ତି।
ଅଧିକାରୀ କହିଛନ୍ତି ଯେ, ମ୍ୟୁନିସିପାଲିଟି କର୍ପୋରେସନ ଡାକ୍ତର ସଂଘ ଗତ ସପ୍ତାହରେ ଏକ ଇମେଲରେ ଏହି ଚିଠି ପଠାଇଛି। ଏହି ଆସୋସିଏସନ ସେବେ ଗଠନ ହୋଇଥିଲା ଯେତେବେଳେ ନିଗମ ତିନି ଭାଗରେ ବିଭକ୍ତ ହୋଇନଥିଲା ।
ଆସୋସିଏସନ ସଭାପତି ଡାକ୍ତର ଆର ଆର ଗୌତମ କହିଛନ୍ତି ଯେ, ‘ଗତ 3 ମାସ ହେଲା ଆମକୁ ଦରମା ଦିଆଯାଇ ନାହିଁ ଏବଂ ଡାକ୍ତର ଭାବରେ ଆମେ ରୋଗୀମାନଙ୍କର ସେବା କରିବା ଆମର କର୍ତ୍ତବ୍ୟ ବୋଲି ଜାଣିଛୁ । ଆମେ ଆମର ଦରମା ବ୍ୟତୀତ ଆଉ କିଛି ମାଗୁନାହୁଁ।’
ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।